ଭୁବନେଶ୍ୱର ଅନ୍ଧାରୁଆରେ ମୁଣ୍ଡବିହୀନ ମହିଳାଙ୍କ ମିଳିଲା କଟାମୁଣ୍ଡ, କ୍ରାଇମ୍‌ ସିନ୍‌ ରିକ୍ରିଏସନ ପାଇଁ ଘଟଣାସ୍ଥଳରେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ଧାରୁଆରେ ମୁଣ୍ଡବିହୀନ ମହିଳାଙ୍କ ମିଳିଲା କଟାମୁଣ୍ଡ । ଗିରଫ ପରେ ୨ ଅଭିଯୁକ୍ତଙ୍କୁ ଚନ୍ଦକା ଥାନା ନିଆଯାଇ ପଚରାଉଚରା କରାଯାଉଛି। ଥାନାରେ ଫରେନ୍‌ସିକ୍‌ ଟିମ୍‌ ଓ ଡାକ୍ତରୀ ଟିମ୍‌ ପହଞ୍ଚିଛନ୍ତି। ପରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ୨ ଅଭିଯୁକ୍ତଙ୍କୁ ନିଆଯାଇଛି। କିପରି ହତ୍ୟା କରିଥିଲା ସେନେଇ ଡେମୋ ଦେଖାଉଛନ୍ତି ଅଭିଯୁକ୍ତ । ତେବେ ମୃତଦେହ ମିଳିଥିବା ସ୍ଥାନର ୨କିମି ଦୂରରୁ ମିଳିଲା କଟା ମୁଣ୍ଡ।

ସୂଚନା ଥାଉକି, ମହିଳା ଜଣଙ୍କ ମଞ୍ଚେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଭିତରେ ହିଁ ତାଙ୍କୁ ହତ୍ୟା କରାଯାଇଛି । ତମାଣ୍ଡୋ ଅଞ୍ଚଳରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ପରକୀୟା ପ୍ରୀତି ବୋଲି ସନ୍ଦେହ କରାଯାଉଛି । ହେଲେ ଏନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ । ସବିଶେଷ ତଥ୍ୟ ମିଳିବା ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ କମିଶନରେଟ୍‌ ପୋଲିସ ।

ଅନ୍ଧାରୁଆ ପାଖ ରାସ୍ତାରୁ ମହିଳା ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାକୁ ପ୍ରାୟ ଏକ ସପ୍ତାହ ବିତିଗଲାଣି । ମହିଳାଙ୍କ ପରିଚୟ ଜାଣିବା ପାଇଁ କମିଶନରେଟ୍‌ ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା । ଏହାସହ ମହିଳାଙ୍କ ପରିଚୟ ଜାଣିବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଅନ୍ଧାରୁଆ-ଦାସପୁର ରାସ୍ତା କଡ ବୁଦା ମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.