Below header

ନୂଆ ବର୍ଷରେ Honda କମ୍ପାନୀର ଦମଦାର ଅଫର, ଗାଡି ଉପରେ ଦେଉଛି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ

ଗାଡି କମ୍ପାନୀ ଗୁଡିକ ବର୍ଷ ଶେଷରେ ନିଜ ନିଜ ଗାଡି ଗୁଡିକ ବଡ ଆକାରର ରିହାତି ଦେଇଥିଲେ । ନିଜ ପୁରୁଣା ଷ୍ଟକ ଗୁଡିକୁ ଶେଷ କରିବା ପାଇଁ ହିଁ କାର କମ୍ପାନୀ ଦମଦାର ଅଫର ମାନ ଦେଉଛନ୍ତି । ସୂଚନା ମୁତାବକ କାର କମ୍ପାନୀ ଗୁଡିକୁ ଆସନ୍ତା ଏପ୍ରିଲ ମାସ ପୂର୍ବରୁ ହିଁ ନିଜ ପୁରୁଣା ଷ୍ଟକ ଗୁଡିକୁ ଶେଷ କରିବାର ଅଛି । ସେହିଭଳି ହୋଣ୍ଡା କମ୍ପାନୀ ମଧ୍ୟ ନିଜ କାର ଗୁଡିକ ଉପରେ ୫ ଲକ୍ଷ ପର୍ଯ୍ୟନ୍ତ ରିହାତି ଦେଉଥିବା ନେଇ ଏକ ଖବର ପ୍ରକାଶ ପାଇଛି ।

Honda BR-V :

କମ୍ପାନୀ ନିଜର ଏହି ମଡେଲ ଉପରେ ୧,୧୦,୦୦୦ ଲକ୍ଷ ପର୍ଯ୍ୟନ୍ତର ରିହାତି ଦେଉଛନ୍ତି । ଏଥିରେ କ୍ୟାସ ଡ଼ିସକାଉଣ୍ଟ ଶହ ଏକ୍ସଚେଞ୍ଜର ସୁବିଧା ମଧ୍ୟ ମିଳିବ । ଏହା ଶହ ଏଥିରେ ୧.୫ ଲିଟରର ଡିଜେଲ ଇଂଜିନ ସୁବିଧା ମିଳିପାରିବ । ଏକ୍ସ ସୋ ରୁମ ଦର ୯.୫୩ ଲକ୍ଷରୁ ୧୩. ୮୩ ଟଙ୍କା ପର୍ଯ୍ୟନ୍ତ ରହିଛି ।

honda

Honda City:

ହୋଣ୍ଡା ନିଜ ପପୁଲାର ସେଡାନ କାର ହୋଣ୍ଡା ସିଟି ଉପରେ ୬୨ ହଜାର ପର୍ଯ୍ୟନ୍ତର ଛାଡ ଦେଉଛି । କମ୍ପାନୀର ଏକ୍ସ ସୋ ରୁମ ଦର ୯.୯୧ ଲକ୍ଷ ଟଙ୍କାରୁ ୧୪.୩୧ ଟଙ୍କା ପର୍ଯ୍ୟନ୍ତ ରହିଛି ।

honda

Honda WR-V :

ହୋଣ୍ଡା ନିଜ କମ୍ପେକ୍ଟ ଏସ୍ୟୁଭି ଉପରେ ବି ୪୫ ହଜାର ଟଙ୍କାର ଛାଡ ଦେଇଛନ୍ତି । ଏଥିରେ ୧.୨ ଲିଟର ପେଟ୍ରୋଲ ଓ ୧.୫ ଲିଟର ଡିଜେଲ ଇଂଜିନର ମିଳିଥାଏ । ଏହାର ମଧ୍ୟ ଏକ୍ସ ସୋ ରୁମ ଦର ୮.୦୮ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୦.୪୮ ମଧ୍ୟରେ ରହିଛି ।

Honda CR-V ;

ହୋଣ୍ଡା ସିଆର -ଭି ସବୁଠୁ ଅଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ଦେଉଛି । ଯେବେକି ଏହାର ଏକ୍ସ ସୋରୁମ ଦର ୨୮.୨୭ ଲକ୍ଷ ଟଙ୍କାରୁ ୩୨. ୭୭ ଲକ୍ଷ ଭିତରେ ହିଁ ରହିଛି ।

honda

Honda Civic ; 

ଗତ ବର୍ଷ ମାର୍ଚ୍ଚ ମାସରେ ଲଞ୍ଚ ହୋଇଥିବା ହୋଣ୍ଡା ସିଭିକର ଡିଜେଲ ଭେରିୟାଣ୍ଟ ଉପରେ ୨.୫ ଲକ୍ଷ ଟଙ୍କାର ଛାଡ ପେଟ୍ରୋଲ ଭେରିୟାଣ୍ଟ ଉପରେ ୨ ଲକ୍ଷ ଟଙ୍କାର ରିହାତି ଦେବା ନେଇ ସ୍ଥିର ହୋଇଛି । ଯେବେକି ଏହାର ଦର ୧୭.୯୪ ଲକ୍ଷରୁ ୨୨.୩୫ ଲକ୍ଷ ଭିତରେ ହିଁ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.