ଶୀତଦିନେ ହୋଇଯାଉଛନ୍ତି କି ଅସୁସ୍ଥ ତାହେଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ ଆଉ ତାପରେ ଦେଖନ୍ତୁ କମାଲ

ସାଧାରଣତଃ ଶୀତଦିନେ ଅଧିକାଂଶ ଲୋକଙ୍କର ଦେହ ଭଲ ରୁହେନାହିଁ କାରଣ ଥଣ୍ଡା ଆପଣଙ୍କୁ ଅସୁସ୍ଥ କରିବାର କୌଣସି ସୁଯୋଗ ହାତଛଡା କରେନି । କିନ୍ତୁ ଖାଦ୍ୟପେୟ ଓ ଚାଲିଚଳନ ଦ୍ୱାରା ଆପଣ ଶୀତଦିନେ ନିଜକୁ ସର୍ବଦା ସୁସ୍ଥ ଓ ଫିଟ ରଖିପାରିବେ । ତାହେଲେ ଆସନ୍ତୁ ଜାଣିବା ଏପରି ୫ଟି ଖାଦ୍ୟ ବିଷୟରେ । ଯାହା ଖାଇବା ଦ୍ୱାରା ଆପଣ ଶୀତଦିନେ ରୋଗକୁ ସର୍ବଦା ନିଜ ଶରୀରଠୁ ଦୁରେଇ ରଖିପାରିବେ ।

ଗରମ ପାନୀୟ

Related image

ଗରମ କ୍ଷୀର, ଚା କିମ୍ବା କଫି ଶୀତଦିନେ ଏହା ଆପଣଙ୍କ ଶରୀରକୁ ସୁରକ୍ଷା ଦେଇଥାଏ । ଏହା ବ୍ୟତୀତ ଗରମ ପାଣି, ଗ୍ରୀନ ଟି କିମ୍ବା ଯେକୌଣସି ପ୍ରକାରର ଗରମ ପାନୀୟ ଆପଣଙ୍କ ଶରୀରରେ ଉଷ୍ମତା ସୃଷ୍ଟି କରିଥାଏ । ଅଦା ଓ ତୁଳସୀ ଚା ମଧ୍ୟ ଏହିଦିନେ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ସବୁଜ ପନିପରିବା

Image result for green vegetables

ଏହି ଋତୁରେ ସବୁଜ ପନିପରିବା ସ୍ୱାସ୍ଥ୍ୟପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାସହିତ ସର୍ଦ୍ଦିର ଦୁଃଷ୍ପ୍ରଭାଵରୁ ବଂଚିବା ପାଇଁ ଶରୀରକୁ ପୋଷଣ ମଧ୍ୟ ଯୋଗାଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଅନେକ ବେମାରୀରୁ ସୁରକ୍ଷା ଦେଇଥାଏ ।

ସୁପ

Image result for soup

ଥଣ୍ଡାରେ ନିଜକୁ ସୁସ୍ଥ ରଖିବା ପାଇଁ ଆଉ ଏକ ବିକଳ୍ପ ହେଉଛି ସୁପ । ଯାହାକି ଶରୀରରେ ପୋଷାକ ତତ୍ତ୍ୱକୁ ପୁରଣ କରିବା ସହିତ ଶରୀରରେ ଉସ୍ମତା ସୃଷ୍ଟି କରିଥାଏ । ଏହା ସହିତ ଥଣ୍ଡା ଓ ସର୍ଦ୍ଦିରୁ ମଧ୍ୟ ଶରୀରକୁ ବଞ୍ଚାଇଥାଏ ।

ସୋରିଷ

Image result for mustard

ସୋରିଷ ଶାଗ ହେଉ କିମ୍ବା ସୋରିଷ ତେଲ ଏହାର ପ୍ରକୃତି ଗରମ ହୋଇଥିବା କାରଣରୁ ଶୀତଦିନେ ଏହା ଆପଣଙ୍କ ଶରୀରକୁ ସୁରକ୍ଷା ଯୋଗାଇଥାଏ । ଏହା ଆପଣଙ୍କ ଶରୀରରେ ଉଷ୍ମତା ସୃଷ୍ଟି କରିଥାଏ ଓ ଶରୀରପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଖରା

Image result for sun shine

ଶୀତଦିନେ ପ୍ରାକୃତିକ ରୂପେ ଶରୀରକୁ ଗରମ କରିଥାଏ ଖରା । ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ସୂର୍ଯ୍ୟ କିରଣ ଗ୍ରହଣ କରିବା ଦ୍ୱାରା ଆପଣଙ୍କୁ ଏହା ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କୁ ଅନେକ ସଂକ୍ରମଣରୁ ବଂଚାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.