Below header

ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ୍‌ ଫାଉଣ୍ଡ୍ରି ଆଣ୍ଡ ଫୋର୍ଜ ଟେକ୍ନୋଲୋଜିରେ ସହାୟକ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇସାରିଥିବା ବେଳେ ଏହାର ଶେଷ ତାରିଖ ଆସନ୍ତା କାଲି ୦୬ ଜାନୁଆରୀ ନିର୍ଦ୍ଦାରିତ କରାଯାଇଛି। ଏହି ପଦବୀରେ ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ପଦ ନା ଏବଂ ପଦ ସଂଖ୍ୟା:

ସହାୟକ ପ୍ରଫେସର-୨୨ଟି ପଦବୀରେ ନିଯୁକ୍ତି ଜାରି

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଭିନ୍ନ-ଭିନ୍ନ ନିର୍ଦ୍ଦାରଣ କରାଯାଇଛି।

ମହତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ- ୦୬ ଜାନୁଆରୀ ୨୦୨୦

nifftବୟସ ସୀମା:

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୫୮ ବର୍ଷ ସ୍ଥିର କରାଯାଇଛି।

ଆବେଦନ ଶୁଳ୍କ:

ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଅନଲାଇନ ଆବେଦନ କରିବା ପାଇଁ ପ୍ରଥମେ ଅଧିକାରିକ େଓ୍ଵବସାଇଟ୍‌ କୁ ଯାଇ ଦିଆଯାଇଥିବା ଅଧିସୂଚନା ଡାଉନଲୋଡ କରି ସମସ୍ତ ସୂଚନା ବିଷୟରେ ଅବଗତ ହୋଇ ଶେଷ ତାରିଖ ପୂର୍ବରୁ ଆବଦେନ ପ୍ରକ୍ରିୟା ପୁରା କରନ୍ତୁ।

ଚୟନ ପ୍ରକ୍ରିୟା:

ଏହି ପଦବୀରେ ନିଯୁକ୍ତି ପାଇଁ ପାର୍ଥୀମାନଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.