Below header

ଉଦ୍‌ଘାଟିତ ହେଲା ଦ୍ୱାଦଶ କାଦମ୍ବିନୀ ପତ୍ରିକା ହାଟ

ଭୁବନେଶ୍ବର (କେନ୍ୟୁଜ୍) : ଉଦ୍‌ଘାଟିତ ହେଲା ଦ୍ୱାଦଶ କାଦମ୍ବିନୀ ପତ୍ରିକା ହାଟ । କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ପତ୍ରିକା ହାଟକୁ ଉଦ୍‌ଘାଟନ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ। ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ଔପନ୍ୟାସିକ ଶ୍ରୀମତି ଅନୁରାଧା ରାୟଙ୍କୁ ଜାତୀୟସ୍ତରୀୟ ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି। ଏହାସହ ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ହର ପ୍ରସାଦ ଦାସଙ୍କୁ ପ୍ରଦାନ କରାଯାଇଛି କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୦। କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ କାଦମ୍ବିନୀ ପତ୍ରିକା ହାଟରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଡ. ଇତି ସାମନ୍ତଙ୍କ ପାଠକାଦୃତ ଉପନ୍ୟାସ ‘ଶକୁନ୍ତଳାର ଝିଅ’ର ଇଂରାଜୀ ରୂପ ‘ଶକୁନ୍ତଳାସ୍‌ ଡଟର’ର ଶୁଭ ଉନ୍ମୋଚନ ମଧ୍ୟ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ କାଦମ୍ବିନୀର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ , କାଦମ୍ବିନୀ ସମ୍ପାଦକ ଡ. ଇତି ସାମନ୍ତଙ୍କ ସହ ଅନ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.