Below header

ଭାରତକୁ ଆସିଲା Honda Hornet 2.0, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ଭାରତୀୟ ବଜାରକୁ ୧୮୦-୨୦୦ ସିସି ନୂଆ ହର୍ନେଟ୍ ୨.୦ କୁ ବଜାରରେ ଲଞ୍ଚ କରିଛି। ଏଚ୍ଏମ୍ଏସ୍ଆଇ ଏମ୍ଡି, ସଭାପତି ଓ ସିଇଓ ଆତ୍ସୁସି ଓଗାଟା ଏବଂ ବିକ୍ରି ଓ ବିପଣନ ମୁଖ୍ୟ ୟଦବିନ୍ଦର ସିଂହ ଗୁଲେରିଆ ଏହି ଅତ୍ୟାଧୁନିକ ହର୍ନେଟ୍ ବଜାର ପ୍ରବେଶ କରାଇଛନ୍ତି ।

ଏଥିରେ ଉଚ୍ଚ କ୍ଷମତାଶୀଳ ଏଚ୍ଟିଇ ବିଏସ୍-୬ ଇଞ୍ଜିନ, ସମ୍ପୂର୍ଣ୍ଣ ଡିଜିଟାଲ ନେଗେଟିଭ୍ ଲିକ୍ୱିଡ୍ କ୍ରିଷ୍ଟାଲ ମିଟର, ଡୁଆଲ ପେଟାଲ ଡିସ୍କ ବ୍ରେକ୍ ଭଳି ବୈଶିଷ୍ଟ୍ୟ ରହିଛି, ଯାହାକି ଚାଳକଙ୍କୁ ଏକ ଅନନ୍ୟ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରିବ । ପ୍ରଥମ ଥର ପାଇଁ ହର୍ନେଟରେ ୨୦୦ ସିସିରୁ କମ୍ ବର୍ଗରେ ଗୋଲ୍ଡେନ୍ ୟୁଏସ୍ଡି ଫ୍ରଣ୍ଟ ଫର୍କ ସସ୍ପେନ୍ସନ୍ ବ୍ୟବହାର କରାଯାଇଛି । ହୋଣ୍ଡା ହର୍ନେଟ୍ ୨.୦ରେ ୬ ବର୍ଷିଆ ୱାରେଣ୍ଟି ଦିଆଯାଉଛି । ୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ଏହି ବାଇକରେ ଏହାର ମୂଲ୍ୟ (ଗୁରୁଗ୍ରାମ ଏକ୍ସ-ସୋ’ରୁମ୍) ୧,୨୬,୩୪୫ ଟଙ୍କା ରହିଛି ।

2.0

ଏହି ନୂଆ ବାଇକର ଡେଲିଭରୀ ୧ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହି ଗାଡି ୪ଟି ରଙ୍ଗରେ ଉପଲବ୍ଧ ହେବ। ବ୍ଲାକ, ମେଟ ସଗରିଆ ରେଡ ମେଟାଲିକ, ମେଟ ଏକ୍ସିସ ଗ୍ରେ ମେଟାଲିକ୍‌ ଏବଂ ମେଟ୍‌ ମୋର୍ବଲ ବ୍ଲୁ ମେଟାଲିକ ସାମିଲ ରହିଛି। ଭାରତୀୟ ବଜାରରେ ଏହି ବାଇକର ମୁକାବିଲା TVS Apache RTR 200 4V ଏବଂ Baja Pulsar NS 200 ସହିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.