ସୁଶାନ୍ତଙ୍କୁ ନେଇ ଏକ ବଡ ଖୁଲାସା କଲେ ରିୟା ଚକ୍ରବର୍ତ୍ତୀ, କହିଲେ ଏ ଦୁହେଁ ହିଁ ତାଙ୍କ ମାନସିକ ସ୍ଥିତିକୁ ବିଗାଡି ଦେଇଥିଲେ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଭାର ଏବେ ସିବିଆଇ ହାତରେ । ଏନେଇ ଘଟଣାର ଅନ୍ୟତମ ସନ୍ଦିଗ୍ଧ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟମାନଙ୍କୁ ଘନ ଘନ ଜେରା ଜାରି ରହିଛି । ଏଭିତରେ ଏକ ସାକ୍ଷାତ୍କାର ସମୟରେ ସୁଶାନ୍ତଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ବଡ ଧରଣର ଖୁଲାସା କରିଛନ୍ତି ରିୟା । ଜଣେ ବରିଷ୍ଠ ପତ୍ରକାର ଯେତେବେଳେ ରିୟାଙ୍କୁ ପ୍ରଶ୍ନ କରିଥିଲେ, ସୁଶାନ୍ତଙ୍କର କେହି ଶତ୍ରୁ ଥିଲେକି ? ଏହାର ଉତ୍ତରରେ ରିୟା କହିଛନ୍ତିକି ସଞ୍ଜୟ ସାଙ୍ଘବି ଓ ରୋହିଣୀ ଆୟାର ନାମକ ଦୁଇ ବ୍ୟକ୍ତି ମୃତ୍ୟୁର କିଛି ଦିନ ପୂର୍ବରୁ ସୁଶାନ୍ତଙ୍କୁ ଖୁବ ବ୍ୟତିବ୍ୟସ୍ତ କରିଥିଲେ ।

Rhea Chakraborty | NCB disclosures reveal Rhea Chakraborty used SSR's  funds, obtained his debit card PIN through Miranda | India News

ତାଙ୍କ ନିକଟକୁ ବାରମ୍ବାର କଲ କରି, ମେସେଜ ପଠାଇ ସୁଶାନ୍ତଙ୍କ ମାନସିକ ସ୍ଥିତିକୁ ଏକ ପ୍ରକାର ବିଗାଡି ଦେଇଥିଲେ । ଏହି ଦୁଇ ବ୍ୟକ୍ତି ଜଣେ ଜଣେ ପବ୍ଲିସର । ଏକ ଭଲ ସାଙ୍ଗ ହିସାବରେ ସୁଶାନ୍ତଙ୍କ ଜୀବନରେ ଏମାନେ ପ୍ରବେଶ କରିଥିଲେ । ସେହି ଦୁଇ ଜଣ ହିଁ ପ୍ରଥମେ ଆମ ଦୁହିଁଙ୍କର ଭେଟ କରାଇଥିବା ବେଳେ ସୁଶାନ୍ତ ଓ ମୋ ଭିତରେ ଘନିଷ୍ଠତା ବଢିବା ପରେ ସେମାନେ ଆମଠାରୁ ଦୁରେଇ ଯାଇଥିଲେ । କିନ୍ତୁ ପରେ ଏଦୁହେଁ ସୁଶାନ୍ତଙ୍କ ଫୋନକୁ ଅଜବ ମେସେଜ ପଠାଇବା ଆରମ୍ଭ କରି ଦେଇଥିଲେ । ରିୟାଙ୍କ ଅନୁଯାୟୀ ସୁଶାନ୍ତ ସେହି ସମୟରେ ବୋଧହୁଏ ଅସହଜ ମନେ କରିଥିଲେ ।

କିନ୍ତୁ ରିୟାଙ୍କ ଅନୁଯାୟୀ, ଏବାବଦରେ ସୁଶାନ୍ତ ତାଙ୍କ ସହ କେବେ କିଛି ସେୟାର କରିନଥିଲେ । ଅନ୍ୟତମ ସନ୍ଦିଗ୍ଧ ଦିଶା ସାଲିୟନଙ୍କ ସହ ରିୟାଙ୍କ ସମ୍ପର୍କକୁ ନେଇ ରିୟା କହିଛନ୍ତିକି, ମାତ୍ର ୧୦ ମିନିଟ ପାଇଁ ହିଁ ସେ ଥରେ ତାଙ୍କ ସହ ଭେଟିଥିଲେ । କହିରଖିବା ଉଚିତ ହେବକି, ମାର୍ଚ୍ଚ ମାସରେ ହିଁ ସୁଶାନ୍ତଙ୍କ ମେନେଜର ଭାବରେ ଦାୟିତ୍ୱ ନେଇଥିଲେ ଦିଶା ସାଲିୟନ । ଏହା ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ଶୃତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.