ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪୦ଟି ଗେଟ୍

କେନ୍ୟୁଜ୍(ବ୍ୟୁରୋ):  ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪୦ଟି ଗେଟ୍‌ ।  ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଏହି ଆଶଙ୍କା ରହିଛି।  ଛତିଶଗଡ଼ରେ ପ୍ରବଳ ବର୍ଷ ଯୋଗୁଁ ହୀରାକୁଦକୁ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆଜି ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିଲିମିଟର ବର୍ଷା ହୋଇଛି । ଏବେ ହୀରାକୁଦର ଜଳସ୍ତର ୬୨୫.୩୫ ଫୁଟ ରହିଛି । ସକାଳେ ଡ୍ୟାମର ୨୮ଟି ଗେଟ ଖୋଲାଯାଇଥିବାବେଳେ ଏବେ ଆଉ ୧୨ ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ସୁଦ୍ଧା ୪୦ ଟି ଗେଟ୍ ଖୋଲା ଯାଇ ସାରିଥିବା ସୂଚନା ମିଳିଛି। ତେବେ ଜଳସ୍ତର ବଢ଼ୁଥିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରି ସାରିଥିବା ଜଣା ପଡ଼ିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.