ଏଣିକି ବିନା Address Proofରେ କିଣିପାରିବେ ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କିପରି ?

ଏଲପିିଜି ଗ୍ୟାସ୍ ସିଲିଣ୍ଡର ନେବା ପାଇଁ ପ୍ଲାନ କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଯଦି ଆପଣଙ୍କ ପାଖରେ ଠିକଣାର ପ୍ରମାଣପତ୍ର ନଥିବ, ତେବେ ବି ଆପଣ ସିଲିଣ୍ଡର କିଣି ପାରିବେ । ସରକାରୀ ଇଣ୍ଡିଆନ୍ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ବା ଆଇଓସିଏଲ ସାଧାରଣ ଲୋକଙ୍କ ସୁବିଧା ପାଇଁ ରୋଷେଇ ଗ୍ୟାସ ଉପରେ ଠିକଣା ବାଧ୍ୟତାମୂଳକ ନିୟମକୁ ସମାପ୍ତ କରିଛି । ଅର୍ଥାତ୍ ଆପଣ ଏବେ ବିନା ଠିକଣା ପ୍ରମାଣପତ୍ରରେ ଗ୍ୟାସ ନେଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା…

ଏହା ପୂର୍ବରୁ, ବିନା ଠିକଣା ପ୍ରମାଣପତ୍ରରେ ଆପଣ ଏଲପିଜି ସିଲିଣ୍ଡର ନେଇପାରୁନଥିଲେ । କିନ୍ତୁ ବର୍ତ୍ତମାନ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଗ୍ରାହକମାନେ ନିଜ ସହର କିମ୍ବା ସେମାନଙ୍କ ଅଞ୍ଚଳ ନିକଟରେ ଥିବା ଇଣ୍ଡେନ ଗ୍ୟାସ୍ ବିତରକଙ୍କ ନିକଟରୁ ୫ କିଲୋଗ୍ରାମର ରୋଷେଇ ଗ୍ୟାସ ସିଲିଣ୍ଡର ଅତି ସହଜରେ କିଣି ପାରିବେ । ଏଥିପାଇଁ କୌଣସି ଜରୁରୀ ଡକ୍ୟୁମେଣ୍ଟ ଆବଶ୍ୟକ ହେବ ନାହିଁ । ସେଠାରେ ଆପଣ କେବଳ ସିଲିଣ୍ଡରର ମୂଲ୍ୟ ଦେଇ ସିଲିଣ୍ଡର କିଣିପାରିବେ ।

ଯଦି ଆପଣ ଗ୍ୟାସ୍ ବଦଳରେ ଅନ୍ୟ କୌଣସି ବିକଳ୍ପ ଚୟନ କରିଛନ୍ତି କିମ୍ବା ଆପଣ ସହର ଛାଡି ଯାଉଛନ୍ତି ତେବେ ଆପଣ ଏହି ଗ୍ୟାସ୍ ସିଲିଣ୍ଡରକୁ ଇଣ୍ଡେନର ବିକ୍ରୟ ସ୍ଥଳରେ ଫେରାଇ ପାରିବେ । ଯଦି ୫ ବର୍ଷରେ ଫେରସ୍ତ କରନ୍ତି, ତେବେ ସିଲିଣ୍ଡରର ମୂଲ୍ୟର ୫୦% ଫେରସ୍ତ ପାଇବେ । ଯଦି ଆପଣ ୫ ବର୍ଷ ପରେ ଫେରସ୍ତ କରନ୍ତି ତେବେ ଆପଣଙ୍କୁ ୧୦୦ ଟଙ୍କା ମିଳିବ ।

ଏହା ବ୍ୟତିତ ଆପଣ ଘରେ ବସି ଗ୍ୟାସ ବୁକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ । ଏଥିପାଇଁ ଇଣ୍ଡେନ୍ ଏକ ସ୍ୱତନ୍ତ୍ର ନମ୍ବର ୮୪୫୪୯୫୫୫୫୫ ଜାରି କରିଛି । ଦେଶର ଯେକୌଣସି ସ୍ଥାନରୁ ଆପଣ ଏହି ନମ୍ବରକୁ ମିସ କଲ୍ କରି ଛୋଟ ସିଲିଣ୍ଡର ବୁକ୍ କରିପାରିବେ । ଆପଣ ହ୍ୱାଟ୍ସଆପ ଜରିଆରେ ମଧ୍ୟ ସିଲିଣ୍ଡର ବୁକ୍ କରିପାରିବେ । ରିଫିଲ୍ ଟାଇପ୍ କରି, ଆପଣ ୭୫୮୮୮୮୮୮୨୪ ନମ୍ବରକୁ ମେସେଜ୍ କରିପାରିବେ, ଫଳରେ ଆପଣଙ୍କର ସିଲିଣ୍ଡର ବୁକ୍ ହୋଇଯିବ । ଏହା ବ୍ୟତିତ ଆପଣ ୭୭୧୮୯୫୫୫୫୫ କୁ କଲ କରି ମଧ୍ୟ ସିଲିଣ୍ଡର ବୁକ୍ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.