Below header

Hyundai Santro ନୂଆ ଆନିଭର୍ସରୀ ଏଡିସନ ହେଲା ଲଞ୍ଚ, ଜାଣନ୍ତୁ କେତେ ରହିଛି ଦାମ ଏବଂ କଣ ରହିଛି ନୂଆ ଫିଚର୍ସ

ଦକ୍ଷିଣ କୋରିଆର ପ୍ରମୁଖ ବାହନ ନିର୍ମାତା କମ୍ପାନୀ hyundai ଭାରତୀୟ ବଜାରରେ ପାର୍ବଣ ସିଜନରେ ନିଜର ଲୋକପ୍ରିୟ ହ୍ୟାଚବ୍ୟାକ୍ କାର santroର ନୂଆ ଆନିଭର୍ସରୀ ଏଡିସନକୁ ଲଞ୍ଚ କରିଛି। ଆକର୍ଷକ ଲୁକ ଏବଂ ଦମଦାର ଇଞ୍ଜିନ କ୍ଷମତା ଥିବା ଏହି କାରର ଦାମ ୫.୧୨ ଲକ୍ଷ ଟଙ୍କାରୁ ଆରମ୍ଭ। ଏହି କାର ଅଟୋମେଟିକ ଏବଂ ମାନୁଆଲ ଦୁଇ ଟ୍ରାନ୍ସମିସନ ଗିୟରବକ୍ସରେ ଉପଲବ୍ଧ।

Hyundaiଏହାର ମାନୁଆଲ ଭେରିୟଣ୍ଟର ଦାମ ୫.୧୨ ଲକ୍ଷ ଟଙ୍କା, ସେହିପରି ଆଟୋମେଟିକ ଭେରିୟଣ୍ଟର ଦାମ ୫.୭୫ ଲକ୍ଷ ଟଙ୍କା ରହିଛି। ଏହି ସବୁ ଦାମ ଦିଲ୍ଲୀର ଏକ୍ସ-ସୋରୁମ ଅନୁସାରେ ରହିଛି। କମ୍ପାନୀ ଏହି ନୂଆ anniversary editionରେ କିଛି କସମେଟିକ ପରିବର୍ତ୍ତନ କରିଛି। ଯାହା ଏବେ ଥିବା ମଡେଲ ଅନୁଯାୟୀ କିଛି ମାତ୍ରାରେ ଅଲଗା ରହିଛି।

santro

hyundai-santroର ନୂଆ ଆନିଭର୍ସରୀ ଏଡିସନ sportz ଭେରିୟଣ୍ଟ ଉପରେ ବେସଡ୍ । ଏଥିରେ ମୁଖ୍ୟ ଭାବରେ କାରର ଭିତରେ ପରିବର୍ତ୍ତନ କରାଯାଇଛି। କାରର ଭିତରେ ବ୍ଲାକ ଇଣ୍ଟେରିୟର ସହିତ AC ୱେଣ୍ଟକୁ ବ୍ଲୁ ଥିମ ଦ୍ୱାରା ସଜା ଯାଇଛି। ଏହାଛଡା ଗିୟର ଲିଭର କନସୋଲରେ ମଧ୍ୟ ବ୍ଲୁ ଏକ୍ସସେଣ୍ଟ ଦିଆଯାଇଛି। କାରର ବାହାରେ ଏନିଭର୍ସରୀ ଏଡିସନ ବେଜ୍ ଲଗାଯାଇଛି।

ଏହାସହ ପଢନ୍ତୁ : Toyotaର ସବୁଠାରୁ ଶସ୍ତା SUV ଆସନ୍ତା ମାସ ହେବ ଲଞ୍ଚ, Hyundai Venueକୁ ଦେବ କଡା ଟକ୍କର

ଏହି ନୂଆ ଭେରିୟଣ୍ଟ ଦୁଇ ରଙ୍ଗରେ ଉପଲବ୍ଧ, ଯେଉଁଥିରେ ପୋଲାର ହ୍ଵାଇଟ ଏବଂ ଏକ୍କା ଟିଲ କଲର ସାମିଲ ରହିଛି। ଏହାଛଡା କାରର ସିଟରେ ମଧ୍ୟ କମ୍ପାନୀ ଆନିଭର୍ସରୀ ଏଡିସନର ବ୍ୟାଜ୍ ପ୍ରୟୋଗ କରିଛି। ଏହି କସମେଟିକ ପରିବର୍ତ୍ତନ ଛଡା ମେକାନିଜମ କିମ୍ବା ଟେକନିକରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏଥିରେ ପୂର୍ବଭଳି ୧.୧ ଲିଟର କ୍ଷମତାର ୪ ସିଲିଣ୍ଡର ଯୁକ୍ତ ପେଟ୍ରୋଲ ଇଞ୍ଜିନକୁ ସାମିଲ କରାଯାଇଛି।

Hyundai-Santroଏହି ଇଞ୍ଜିନ ୬୮bhp ପାଓ୍ଵାର ଏବଂ ୯୯nm ଟର୍କ ଜେନେରେଟ କରିଥାଏ। ଏହାବ୍ୟତୀତ କାର ୫ ସ୍ପୀଡ ଅଟୋମେଟିକ ଏବଂ ମାନୁଆଏ ଉଭୟ ଟ୍ରାନ୍ସମିସନ ଗିୟରବକ୍ସରେ ଉପଲବ୍ଧ। ଏହି କାର ଫ୍ୟାକ୍ଟ୍ରୀ ଫିଟେଡ CNG କିଟ ସହିତ ମଧ୍ୟ ଉପଲବ୍ଧ ରହିଛି। ଏହାର ସିଏନଜି ଭେରିୟଣ୍ଟ 58bhp ପାଓ୍ଵାର ଏବଂ 84nm ଟର୍କ ଜେନେରେଟ କରିଥାଏ। ଅବଶ୍ୟ ସିଏନଜି ଭେରିୟଣ୍ଟ କେବଳ ମାନୁଆଲ ଟ୍ରାନ୍ସମିସନ ଗିୟରବକ୍ସ ସହିତ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.