Below header

ଭାରତୀୟ ୱେବ୍‌ସାଇଟ୍‌ରୁ ସେଡାନ୍‌ କାର ଆକ୍ସେଣ୍ଟକୁ ହଟାଇଲା ହ୍ୟୁଣ୍ଡାଇ, ବନ୍ଦ କଲା ବିକ୍ରି

ହ୍ୟୁଣ୍ଡାଇ ଭାରତୀୟ ୱେବ୍‌ସାଇଟରୁ ନିଜ କମ୍‌ପ୍ୟାକ୍ଟ ସେଡାନ୍‌ କାର ଆକ୍ସେଣ୍ଟକୁ ହଟାଇ ଦେଇଛି। ଅର୍ଥାତ୍‌ ଏବେ ଏହି କାରର ବିକ୍ରି ବନ୍ଦ ହୋଇଯାଇଛି। ହ୍ୟୁଣ୍ଡାଇ ଚଳିତବର୍ଷ ଜାନୁଆରୀରେ ଔରା କାରକୁ ଆକ୍ସେଣ୍ଟର ସକ୍ସେସର ଭେରିଏଣ୍ଟ ଭାବେ ଲଞ୍ଚ୍‌ କରିଥିଲା। ଏବେ ଯାଏଁ ଏହି ଦୁଇଟି କାରକୁ ହିଁ କମ୍ପାନୀ ଭାରତରେ ବିକ୍ରି କରୁଥିଲା। କିନ୍ତୁ ଏବେ ଅଚାନକ ହ୍ୟୁଣ୍ଡାଇ ଆକ୍ସେଣ୍ଟକୁ ଭାରତୀୟ ୱେବ୍‌ସାଇଟ୍‌ରୁ ହଟାଇ ଦିଆଯାଇଛି।

ହ୍ୟୁଣ୍ଡାଇ ଆକ୍ସେଣ୍ଟକୁ ଦୁଇଟି ଇଞ୍ଜିନ୍‌ ସହ ବଜାରରେ ଲଞ୍ଚ୍‌ କରାଯାଇଛି। ଏହି କାରରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍‌ ବ୍ୟବହାର କରାଯାଇଛି। ଏହି ଇଞ୍ଜିନ୍‌ ୬,୦୦୦ ଆରପିଏମ୍‌ରେ ୮୨ ବିଏଚ୍‌ପିର ପାଓ୍ଵାର ଓ ୧୧୪ ନ୍ୟୁଟନ୍‌ ମିଟରର ଟର୍କ ଉତ୍ପନ୍ନ କରିଥାଏ।

ଅନ୍ୟପଟେ ହ୍ୟୁଣ୍ଡାଇ ଆକ୍ସେସ୍‌ ପ୍ରାଇମ୍‌କୁ ଫ୍ୟାକ୍ଟ୍ରି ଫିଟେଡ୍‌ ସିଏନ୍‌ଜି କିଟ୍‌ ସହ ଲଞ୍ଚ୍‌ କରାଯାଇଛି। ଏହା ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍‌ ସହ ଆସୁଛି। ହ୍ୟୁଣ୍ଡାଇ ଆକ୍ସେଣ୍ଟ ପ୍ରାଇମ୍‌ ଏକ ଇଲେକ୍ଟ୍ରୋନିକ୍ସ ସ୍ପିଡ ଲିମିଟର ସହ ଆସୁଛି। ଏହା ସାହାଯ୍ୟରେ କାର ସର୍ବାଧିକ ୮୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍‌ରେ ଗତି କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.