ଦଶହରାରେ ଘରେ ଖୁବ ସହଜରେ ପ୍ରସ୍ତୁତ କରନ୍ତୁ “ପନିର ବର୍ଫି” , ସ୍ୱାଦ ଚାଖି ନିଶ୍ଚିନ୍ତ କହିବେ ବାଃ ବାଃ

ପାର୍ବଣ ଋତୁରେ ଆମେ ସାଧାରଣତଃ ଘରେ ଭିନ୍ନ ଭିନ୍ନ ପ୍ରକାରର ପିଠା ପଣା ପ୍ରସ୍ତୁତ କରି ନିଜେ ଖାଇଥାଉ ଓ ସାଙ୍ଗସାଥି, ବନ୍ଧୁ ବାନ୍ଧବ ମାନଙ୍କୁ ଖୁଆଇ ଥାଉ । ବେଳେବେଳେ ସମାନ ପ୍ରକାରର ମିଠା ଖାଇ ଆମେ ବୋର ମଧ୍ୟ ହୋଇଯାଉ । ତେଣୁ ସ୍ୱାଦରେ କିଛିଟା ଭିନ୍ନତା ଆଣିଲେ ମଜା ଆହୁରି ବଢିଯିବା ସହ ଆମ ସାଙ୍ଗସାଥି ମାନେ ମଧ୍ୟ ଖୁସି ହୋଇଯିବେ । ତେବେ ଆସନ୍ତୁ ଆଜି ଏକ ନୂଆ ଡ଼ିସ ବିଷୟରେ ଜାଣିରଖିବା । ଆମେ ସାଧାରଣତଃ ପନିରରେ ତରକାରୀ, ଚି଼ଲ୍ଲୀ ପନିର କିମ୍ବା ପନିର ଖିରି ଆଦି ପ୍ରସ୍ତୁତ କରି ଖାଇଥାଉ । କିନ୍ତୁ କେବେ “ପନିର ବର୍ଫି”ର ନାଁ ଶୁଣି ନଥିବେ କି ଚାଖିନଥିବେ । ତେବେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ:

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

-୨ କପ ପନିର

-୩ ଚାମଚ ଗୁଣ୍ଡ ଚିନି

-ଅଧା କପ ମାୱା ପାଉଡର

-ଗୁଜୁରାତି ଗୁଣ୍ଡ

-ଗୋଟେ ଚୁଟକୀ କେଶର

-କାଜୁ, ପେସ୍ତା ଗୁଣ୍ଡ

paneer

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ୨ ଲିଟର କ୍ଷୀରକୁ ଏକ ବଡ ପାତ୍ରରେ ଭଲ ଭାବରେ ଫୁଟାଇ ନିଅନ୍ତୁ । ଏବେ ସେଥିରେ କିଛି ଲେମ୍ବୁ ରସ ବା ଭିନେଗାର ପକାନ୍ତୁ । କିଛି ସମୟ ପରେ କ୍ଷୀର ଛେନା ପାଲଟିଯିବ । ଏହି ଛେନାକୁ ଏକ ପତଳା କପଡାରେ ବାନ୍ଧି ଛାଡି ନିଅନ୍ତୁ । ଏବେ ପନିର ବସିଯିବ ।

– ଏବେ ଏହି ପନିର ଉପରେ ଗୁଣ୍ଡ କରାଯାଇ ରଖାଯାଇଥିବା ଚିନିକୁ ମିଶାଇ ଦିଅନ୍ତୁ । ଏବେ ମାୱା ଗୁଣ୍ଡ ଛିଞ୍ଚି ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏମିତି ମିଶାନ୍ତୁ ଯେମିତି ଏକ ଅଟା ଚକଟା ପରି ଗୋଳା ପ୍ରସ୍ତୁତ ହୋଇଯିବ ।

– ଯଦି ଏହି ଚକଟା ଅତ୍ୟଧିକ କାଠୁଆ ହୋଇଯାଏ ତେବେ ମଝିରେ ମଝିରେ କିଛି କିଛି କ୍ଷୀର ପକାଇ ଦିଅନ୍ତୁ ।

– ସଜାଇବା ପାଇଁ ଆପଣ ସିଲଭର ପେପର, କେଶର ବା ଆଉ କିଛି ପେସ୍ତା ଗୁଣ୍ଡର ବ୍ୟବହାର କରିପାରିବେ ।

– ଏବେ ଏହାକୁ ଏକ ଚାରି କୋଣିଆ ପାତ୍ରରେ ରଖି ଦିଅନ୍ତୁ । କିଛି ସମୟ ପରେ ଛୁରୀରେ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ଚାହିଁଲେ ଏହାକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଆପଣ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.