Below header

ଚଳିତ ବର୍ଷର ଜେଇଇ ଆଡ଼ଭାନ୍ସ ପରୀକ୍ଷା ପାଇଁ ଜାରି ହେଲା ଇନଫର୍ମେଶନ ଲିଷ୍ଟ, ଅଫିସିଆଲ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ କରିପାରିବେ ଚେକ

ଖଡ଼ଗପୁର ସ୍ଥିତ ଆଇଆଇଆଟି ସଂଯୁକ୍ତ ପ୍ରବେଶିକା ପରୀକ୍ଷା ଆଡ଼ଭାନ୍ସ ୨୦୨୧ ପାଇଁ ଇନଫର୍ମେଶନ ବ୍ରସର ବା ଦସ୍ତାବିଜ ଜାରି କରିଛନ୍ତି । ଛାତ୍ରଛାତ୍ରୀ ମାନେ ଅଫିସିଆଲ ୱେବସାଇଟ ବା jee.adv.ac.in କୁ ଯାଇ ପରୀକ୍ଷା ନେଇ ସମସ୍ତ ତଥ୍ୟ ହାସଲ କରିପାରିବେ । ଏହା ସହ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛିକି ପରୀକ୍ଷାର ପରିବର୍ତ୍ତିତ ତାରିଖ ବାବଦରେ ଖୁବଶୀଘ୍ର ସୂଚନା ଦିଆଯିବ । କହିରଖିବା ଉଚିତ ହେବକି ଦେଶରେ ଦେଖାଦେଇଥିବା କୋଭିଡ ମହାମାରୀ କାରଣରୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ତାରିଖରେ ପରୀକ୍ଷା କରାନଯାଇ ଅନିର୍ଦ୍ଧିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।

ଉଚିତ ସମୟ ଆସିଲେ ନୂଆ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଥିଲା । ଦସ୍ତାବିଜରେ ଦାଖଲ କରାଯାଇଥିବା ରେଜିଷ୍ଟ୍ରେସନ, ଆଡ଼ମିସନ, କାଉନ୍ସେଲିଂ ନେଇ ଅନ୍ୟାନ ତାରିଖ ଗୁଡିକରେ ବି ସଂଶୋଧନ ଅଣାଯାଇପାରିବ । ଜେଇଇ ଆଡ଼ଭାନ୍ସ ୨୦୨୧
ଓ ଏଏଟି ସହ ଜଡିତ ତଥ୍ୟ ଗୁଡିକ ବା ବଦରେ ସମସ୍ତ ସୂଚନା ଏଠାରେ ଦିଆଯିବ । କହିରଖୁଛୁକି, ପ୍ରଥମେ ଜେଇଇ ଆଡ଼ଭାନ୍ସ ନେଇ ପଞ୍ଜିକରଣ ତାରିଖ ଜୁନ ୭ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବାର ଥିଲା । କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ଯୋଗ୍ୟତା:

ଆଶାୟୀ ମାନଙ୍କୁ ଜେଇଇ ମୁଖ୍ୟ ପରୀକ୍ଷାରେ ବିଇ/ ବିଟେକ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହେବାକୁ ହେବ । ସଟଲିଷ୍ଟରେ ଆସିବାକୁ ଥିବା ପ୍ରାର୍ଥୀ ମାନଙ୍କ ପାଇଁ ରଖାଯାଇଥିବା ରିଜର୍ବବେସନ ଲିସ୍ଟ ବାବଦରେ ଜାଣିରଖନ୍ତୁ ।

ଜେନେରାଲ ଇଡବ୍ଲୁଏସ ପାଇଁ- ୧୦%

ଓବିସି ଏନସିଏଲ ପାଇଁ- ୨୭%

ଏସସି ପାଇଁ- ୧୫%

ଏସ୍ଟି ପାଇଁ- ୭.୫ %

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.