ହାତରେ ମାତ୍ର ୪୮ ଘଣ୍ଟା, ଜୀବନ ରକ୍ଷା ପାଇଁ ଦୀପକଙ୍କୁ ଲୋଡ଼ା ଆପଣମାନଙ୍କ ସହାୟତା

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ସହ ସଂଗ୍ରାମ। ଜୀବନ ଯୁଦ୍ଧରେ ହାରି ନାହାନ୍ତି ସତ, କିନ୍ତୁ ଅବସ୍ଥା ସଂକଟାପନ୍ନ । ଭୁବନେଶ୍ୱର ଶୈଳଶ୍ରୀ ବିହାରର ଦୀପକ ମହାନ୍ତି କୋଭିଡ୍‌ରେ ସଂକ୍ରମିତ ହୋଇ ଏବେ ଗୁରୁତର । ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲରେ ଏବେ ଅଛନ୍ତି ଦୀପକ । ଗତ ମେ ୭ ତାରିଖରେ ଦୀପକ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ମେ ୧୨ ତାରିଖଠାରୁ ସେ ଭୁବନେଶ୍ୱର କିମ୍‌ସରେ ଭର୍ତ୍ତି ହୋଇଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଜୁନ୍‌ ୨ ତାରିଖରେ ତାଙ୍କୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ୍‌ କରାଯାଇଥିଲା । ଦୀର୍ଘ ୨୫ ଦିନ ଧରି ଦୀପକଙ୍କ କରାଯାଉଛି ଇକମୋ ଚିକିତ୍ସା । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କୁ ଆହୁରି ମାସେ ପର୍ଯ୍ୟନ୍ତ ଇକମୋ ସପୋର୍ଟରେ ରଖାଯିବ ।

ଇକ୍‌ମୋ ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବାରୁ ଦୀପକଙ୍କ ପରିବାର ଆର୍ଥିକ ସହାୟତା ଲୋଡିଛନ୍ତି । ଦୀପକଙ୍କ ଚିକିତ୍ସା ପାଇଁ କିଟ୍‌ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଅଧିକ ଅର୍ଥର ଆବଶ୍ୟକତା ରହିଥିବାରୁ ଦୀପକଙ୍କ ପତ୍ନୀ ସ୍ମିତାରାଣୀ ଲୋକମାନଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

ଦୀପକଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିବା ବଦାନ୍ୟ ବ୍ୟକ୍ତିମାନେ ତାଙ୍କ ଫୋନ୍‌ ପେ ନମ୍ବର 9437125198ରେ ସହାୟତା ରାଶି ପଠାଇ ପାରିବେ । ଏଥିସହ ଆକାଉଣ୍ଟ ନମ୍ବର -918010001695455 ରେ ସିଧାସଳଖ ଅର୍ଥ ପଠାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.