ଜାଣନ୍ତୁ କେବେ ପଡ଼ୁଛି ଆଷାଢ଼ର ପ୍ରଥମ ପ୍ରଦୋଷ ବ୍ରତ, ଏହାର ପୂଜା ବିଧି ଓ ମହତ୍ତ୍ୱ

ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, କଳିଯୁଗରେ ଭଗବାନ ଶିବଙ୍କୁ ଖୁସି କରିବା ପାଇଁ ସବୁଠୁ ବଡ଼ ଉପାୟ ପ୍ରଦୋଷ ବ୍ରତ । ପ୍ରଦୋଷ କାଳରେ ଭଗବାନ ଶିବଙ୍କୁ ବିଧି ଅନୁଯାୟୀ ପୂଜା କରିବା ଦ୍ୱାରା ତାଙ୍କର କୃପା ପ୍ରାପ୍ତ ହୋଇଥାଏ । ପଂଚାଙ୍ଗ ଅନୁଯାୟୀ ପ୍ରତି ମାସର କୃଷ୍ଣ ଓ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ପ୍ରଦୋଷ ବ୍ରତ ରଖାଯାଏ । ଆଷାଢ଼ ମାସର ପ୍ରଥମ ପ୍ରଦୋଷ ବ୍ରତ ଜୁଲାଇ ୭ ତାରିଖରେ ପଡ଼ୁଛି ।

ଧାର୍ମିକ ମାନ୍ୟତା ଅନୁଯାୟୀ ତ୍ରୟୋଦଶୀର ପ୍ରଦୋଶ କାଳରେ ଭଗବାନ ଶିବ କୈଳାଶ ପର୍ବତର ରଜତ ଭବନରେ ଆନନ୍ଦ ତାଣ୍ଡବ କରିଥାନ୍ତି । ସେତେବେଳେ ସମସ୍ତ ଦେବତା ତାଙ୍କର ସ୍ତୁତି କରିଥାନ୍ତି । ତେଣୁ ଏହି ସମୟରେ ଯିଏ ପ୍ରଦୋଷ ବ୍ରତ କରିଥାନ୍ତି ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ପ୍ରଦୋଷ ବ୍ରତର ତିଥି ଏବଂ ମୁହୂର୍ତ୍ତ :

ଆଷାଢ଼ ମାସର ପ୍ରଥମ ପ୍ରଦୋଷ ବ୍ରତ ୭ ଜୁଲାଇ ବୁଧବାର ପଡୁଛି । ତ୍ରୟୋଦଶୀ ତିଥି ୭ ଜୁଲାଇ ରାତ୍ରି ୧ ଟା ୦୨ ମିନିଟ୍‌ ରୁ ୮ ଜୁଲାଇ ପ୍ରାତଃ ୩ ଟା ୨୦ ମିନିଟ ଯାଏ ରହିବ । ପ୍ରଦୋଷ ବ୍ରତ ପାଇଁ ଶୁଭ ମୁହୂର୍ତ୍ତ ୭ ଜୁଲାଇ ସନ୍ଧ୍ୟା ୭ ଟା ୧୨ ମିନିଟରୁ ୯ ଟା ୨୦ ଯାଏ ରହିଛି ।

ପୂଜା ବିଧି

ଶାସ୍ତ୍ର ଅନୁସାରେ ପ୍ରଦୋଷ ସମୟରେ ଭକ୍ତ ସ୍ନାନ ଆଦି ସାରି ଦିନ ସାରା ନିର୍ଜଳା କିମ୍ବା ଫଳାହାର ସହ ବ୍ରତ ରଖି ଭଗବାନ ଶିବ ଓ ମା’ ପାର୍ବତୀଙ୍କୁ ପୂଜା କରିବା ଉଚିତ । ଭଗବାନ ଶିବ ଓ ମା’ ପାର୍ବତୀଙ୍କୁ ଜଳାଭିଷେକ ପରେ ଧୂପ, ଦୀପ, ଅକ୍ଷତ, ମିଠାଇ ଓ ଫୁଲ ଆଦି ଅର୍ପଣ କରନ୍ତୁ । ଭଗବାନ ଶିବଙ୍କୁ ବେଲପତ୍ର ଓ ମାତା ପାର୍ବତୀଙ୍କୁ ଲାଲ ଓଢ଼ଣୀ ଓ ଶୃଙ୍ଗାର ସାମଗ୍ରୀ ଚଢ଼ାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.