ସରଳ ହେଲା ପେନସନ୍ ବ୍ୟବସ୍ଥା, ଏଣିକି ସରକାରୀ କର୍ମଚାରୀ ଅବସରର କିଛି ଦିନ ଭିତରେ ପାଇବେ ପେନସନ୍

ଆହୁରି ସରଳ ହେଲା ପେନସନ୍ ବ୍ୟବସ୍ଥା । ଏଣିକି ସରକାରୀ କର୍ମଚାରୀ ଅବସରର କିଛି ଦିନ ଭିତରେ ପାଇପାରିବେ ପେନସନ୍ । ସବୁ ବିଭାଗରୁ ନୋ ଡିମାଣ୍ଡ ପ୍ରମାଣପତ୍ର ବା ଏନଡିସି ଆଣିବା ଜରୁରୀ ନୁହେଁ । ଏନେଇ ସବୁ ବିଭାଗକୁ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଷ ମହାପାତ୍ର । ଏଣିକି କର୍ମଚାରୀ ଯେଉଁ ବିଭାଗରୁ ଅବସର ନେଇଥିବେ ପେନସନ୍ ମଞ୍ଜୁରୀ ପାଇଁ କେବଳ ସେହି ବିଭାଗର ଅବସରପ୍ରାପ୍ତ କର୍ମଚାରୀ କିମ୍ବା ଅଧିକାରୀଙ୍କ ବର୍ଷକର ନୋ ଡିମାଣ୍ଡ ପ୍ରମାଣପତ୍ର ବା ଏନଡିସି ପ୍ରଦାନ କରିବେ ।

ଜଣେ କର୍ମଚାରୀ କିମ୍ବା ଅଧିକାରୀ ଅବସର ନେଇଥିବା ବିଭାଗରେ ୬ ମାସ କାମ କରିଥିବେ ତାହେଲେ ଅବଶିଷ୍ଟ ୬ ମାସର ଏନଡିସି ପୂର୍ବ ବିଭାଗକୁ ଅଣାଯିବ । କର୍ମଚାରୀଙ୍କର ଚାକିରୀକାଳ ଭିତରେ କାମ କରିଥିବା ସବୁ ବିଭାଗରୁ ଏନଡିସି ଆଣିବା ଜରୁରୀ ହେବ ନାହିଁ । ଫଳରେ କମ୍ ଦିନ ଭିତରେ ଅବସରପ୍ରାପ୍ତ କର୍ମଚାରୀଙ୍କର ଚୂଡ଼ାନ୍ତ ପେନସନ୍ ପେପର ମହାଲେଖାକାରଙ୍କୁ ପ୍ରଦାନ କରାଗଲେ ସଂପୃକ୍ତ କର୍ମଚାରୀଙ୍କ ପେନସନ୍ ତତକ୍ଷଣାତ ମଞ୍ଜୁର ହେବ ।

୨୦୧୧ ଜୁଲାଇ ମାସରୁ ଅର୍ଥ ବିଭାଗ ପେନସନ୍ ଅଧିନିୟମ ୧୯୯୨ରେ ସଂଶୋଧନ କରିଥିଲେ ବି ଅଧିକାଂଶ ବିଭାଗ ନିୟମକୁ ଅଣଦେଖା କରୁଥିଲେ । ଅବସର ନେଇଥିବା କର୍ମଚାରୀ ଚାକିରିକାଳ ଭିତରେ ଯେତେ ବିଭାଗରେ କାମ କରୁଥିଲେ ସବୁ ବିଭାଗରୁ NDC ମଗାଯାଉଥିବାରୁ କର୍ମଚାରୀଙ୍କୁ ପେନସନ୍ ମିଳିବାରେ ବହୁ ଦିନ ଲାଗୁଥିଲା । ଏବେ ନୂଆ ନିୟମକୁ କଡ଼ାକଡ଼ି ଭାବରେ ପାଳନ ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.