Below header

ହୋଟେଲ ଛାତରୁ ପଡି ପର୍ଯ୍ୟଟକ ମୃତ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

ପୁରୀ (କେନ୍ୟୁଜ): ହୋଟେଲ ଛାତରୁ ଖସିପଡ଼ି ପର୍ଯ୍ଯଟକଙ୍କ ମୃତ୍ୟୁ। ମୃତ ପର୍ଯ୍ଯଟକ ହେଉଛନ୍ତି ଛତିଶଗଡର ଅଶୋକ ଅଗ୍ରୱାଲ । ସମୁଦ୍ରକୂଳ ଥାନା ଅନ୍ତର୍ଗତ ହୋଟେଲ ନୀଳାଚଳରେ ବନ୍ଧୁଙ୍କ ସହ ରହୁଥିଲେ। ଗତକାଲି ରାତିରେ ତିନି ମହଲା ଛାତରୁ ଖସିପଡ଼ି ମୃତ୍ୟୁ ହୋଇଥିବା ସୂଚନା।

ତାଙ୍କୁ ସଦର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.