Below header

ମୋଦିଙ୍କ ଏହି ସ୍କିମରେ ମାସକୁ ମିଳିବ ୫୦ ହଜାର ଟଙ୍କା, ବାସ ଏପରିି କରନ୍ତୁ ଆବେଦନ

ଯୁବକମାନଙ୍କ ପାଇଁ ଆସିଲା ଖୁସି ଖବର। କେନ୍ଦ୍ର ସରକାର ଯୁବ ଲେଖକ ମାନଙ୍କୁ ୃପ୍ରୋତ୍ସାହିତ କରିବା ପାଇଁ ଆଣିଛନ୍ତି ନୂଆ ସ୍କିମ। ଏହି ସ୍କିମରେ ଲେଖିବା ପ୍ରତିଯୋଗିତା ହେବ। ଏହାପରେ ମାସ ଶେଷରେ ମିଳିବ ପୁରସ୍କାର। କଣ ଆପଣ ଏହା ସମ୍ପର୍କରେ ଜାଣିଲେଣଣି କି?

ସରକାର ଜନସାଧାରଣଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଯଦି ଆପଣ ଲେଖାଲେଖି କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଯୁବକ ମାନଙ୍କ ପାଇଁ ମୋଦୀ ସରକାର ଏକ ଖୁସି ଖବର ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଯୁବକ ମାନଙ୍କ ପାଇଁ PM Yuva Yojana ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ଦ୍ୱାରା ଲେଖକ ମାନଙ୍କୁ ବିଭିନ୍ନ ବିଷୟରେ ଲେଖିବା ପାଇଁ ସୁଯୋଗ ଦିଆଯିବ । ଏହି ଯୋଜନାରେ ଯୁବକ ମାନଙ୍କୁ ଏହି ସୁଯୋଗ ଦିଆଯାଉଛି । ଏହି ଯୋଜନା ଅଧୀନରେ ଯୁବକଙ୍କୁ ମାସିକ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯିବ ।

୩୦ ବର୍ଷ ବୟସ ପର୍ଯ୍ୟନ୍ତ ଯୁବକମାନେ ଏହି ଯୋଜନା ରେ ଅଂଶଗ୍ରହଣ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜାନୁଆରୀ ୧୫ କରାଯାଇଛି । ଭାରତୀୟ ଭାଷା ଏବଂ ଇଂରାଜୀରେ ଯୁବକଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ଏହି ଯୋଜନା କେନ୍ଦ୍ର ସରକାର ଆଣିଛନ୍ତି। PM Yuva Yojana ର ପ୍ରଥମ ଭାଗରେ ବହୁତ ଭଲ ପ୍ରତିକ୍ରିୟା ରହିଥିଲା । ଦେଶରେ ପଢିବା ଏବଂ ଲେଖିବା କାର୍ଯ୍ୟକ୍ରମ, ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ଯୋଜନା ଅଧୀନରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (NBT) ଦ୍ୱାରା ସମୁଦାୟ ୭୫ ଲେଖକଙ୍କୁ ସିଲେକ୍ଟ କରାଯିବ। ମେଣ୍ଟରସିପ୍ ସ୍କିମ୍ରରେ ଶେଷରେ ମାସକୁ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ଏବଂ ପ୍ରତ୍ୟେକ ଯୁବ ଲେଖକଙ୍କୁ ଛଅ ମାସ ପାଇଁ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ। ୨୨ ଟି ବିଭିନ୍ନ ଭାଷା କୁନେଇ ଜଣାଶୁଣା ‘PM Yuva 2.0 Yojana‘ ରେ ଅଂଶଗ୍ରହଣ କରିପାରିବେ । ଏହି ଭାଷାଗୁଡ଼ିକରେ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ଆସାମୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲାୟାଲମ୍, ମଣିପୁରୀ, ମରାଠୀ, ନେପାଳୀ, ଓଡିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧି, ତାମିଲ, ତେଲୁଗୁ, ବୋଡୋ, ସନ୍ଥାଲି, ମୈଥିଳି ଏବଂ ଡୋଗ୍ରି ସାମିଲ ରହିଛି

କେମିତି କରିବେ ଆବେଦନ ଜାଣନ୍ତୁ:

-ପ୍ରଥମେ https://innovateindia.mygov.in/yuva/ ୱେବସାଇଟ୍ କୁ ଯାଆନ୍ତୁ

-ଏଠାରେ left ରେ, ‘click here to submit’ ଉପରେ କ୍ଲିକ୍ କରନ୍ତୁ

-ୱେବସାଇଟରେ PM Yuva 2.0 ସ୍କିମ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି

-ଏଠାରେ ଆପଣ ଅନଲାଇନ୍ ଆବେଦନ ଫର୍ମ ପୂରଣ ଏବଂ ଦାଖଲ କରିପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.