Below header

ପେପସି କଂପାନୀର ସିଇଓ ପଦ ଛାଡ଼ିଲେ ଭାରତୀୟ ବଂଶୋଦ୍ଭବ ଇନ୍ଦିରା ନୂୟି

ପେପସି କଂପାନୀର ସିଇଓ ପଦ ଛାଡ଼ିଲେ ଭାରତୀୟ ବଂଶୋଦ୍ଭବ ଇନ୍ଦିରା ନୂୟି । ୧୨ ବର୍ଷ ହେଲା ସେ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ । ସିଇଓ ଭାବରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଇନ୍ଦିରା ନୂୟିଙ୍କ କାର୍ୟ୍ୟକାଳ ଶେଷ ହୋଇଥାନ୍ତା । କିନ୍ତୁ ତା’ ର୍ପୂବରୁ ଗତକାଲି ସେ ଇସ୍ତଫା ଦେଇଛନ୍ତି । ୬୧ ବର୍ଷୀୟା ଇନ୍ଦିରା ପେପ୍ସି କମ୍ପାନୀରେ ୨୪ ବର୍ଷ ହେଲା କାମ କରି ଆସୁଥିଲେ । ଏହା ଭିତରୁ ସିଇଓ ଭାବରେ ୧୨ ବର୍ଷ କାଟିଛନ୍ତି । ସିଇଓ ପଦ ଛାଡ଼ିଲେ ବି ୨୦୧୯ ମସିହା ଆରମ୍ଭ ପର୍ୟ୍ୟନ୍ତ ଇନ୍ଦିରା ନୂୟି କମ୍ପାନୀର ଚେୟାରମ୍ୟାନ୍ ରହିବେ । ନ୍ୟୁୟର୍କର କମ୍ପାନୀ ପେପ୍ସି କୋ’ର ସେ ହୋଇଥିଲେ ପ୍ରଥମ ମହିଳା ସିଇଓ । ଇନ୍ଦିରା କହିଛନ୍ତି, ଏଭଳି କମ୍ପାନୀର ନେତୃତ୍ୱ ନେବା, ତାଙ୍କ ଜୀବନରେ ସ୍ମୃତି ହୋଇରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.