ଜାଣଛନ୍ତି କି ଲୋନ ନେବା ସମୟରେ କାହିଁକି ମଗାଯାଇଥାଏ କ୍ୟାନ୍ସଲ ଚେକ୍ ?

ନୂଆଦିଲ୍ଲୀ : ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟ ସମସ୍ତ କାମ ଅନଲାଇନ କରାଯାଉଛି। କିନ୍ତୁ ଏପରି ଅନେକ ଫାଇନାନସିଆଲ କାମ ରହିଛି ଯେଉଁଠି ପାଇଁ କ୍ୟାନ୍ସଲ ଚେକର ଆବଶ୍ୟକତା ପଡିଥାଏ। ଏହା ବ୍ୟତୀତ କିଛି କମ୍ପାନୀ ଚାକିରୀ ସମୟରେ କର୍ମଚାରୀଙ୍କୁ କ୍ୟାନ୍ସଲ ଚେକ୍ ମାଗିଥାନ୍ତି। ଏନେଇ କିଛି ଲୋକଙ୍କ ମନରେ ଏନେଇ ପ୍ରଶ୍ନ ଉଠୁଥିବ ଯାହାର ଉତ୍ତର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆସନ୍ତୁ କ୍ୟାନ୍ସଲ ଚେକ୍ ସମ୍ବନ୍ଧୀୟ ସମସ୍ତ ଜରୁରୀ ଜିନିଷ ବିଷୟରେ ଜାଣିବା।

-କ୍ୟାନ୍ସଲ ଚେକ ଦେବା ହେଉଛି ସେହି ବ୍ରାଞ୍ଚରେ ଆପଣଙ୍କ ଆକାଉଣ୍ଟ ରହିଥିବା ପ୍ରମାଣ। ଚେକରେ ଆକାଉଣ୍ଟଧାରୀଙ୍କର ନାମ, ବ୍ରାଞ୍ଚ, ଠିକଣା , ଆକାଉଣ୍ଟ ନମ୍ବର ଏବଂ ଏମଆଇସିଆର ନମ୍ବର ରହିଥାଏ। ଏହା ଜରିଆରେ ଆପଣଙ୍କ ଆକାଉଣ୍ଟ ଉଦ୍ଦିଷ୍ଟ ବ୍ୟାଙ୍କ ରହିଛି କି ନାହିଁ ଜଣାପଡିଥିବା ସହ ତାହା ଆକ୍ଟିଭ ରହିଛି କି ନାହିଁ ମଧ୍ୟ ଜଣାପଡିଥାଏ।

cheqe

– ଆପଣଙ୍କୁ କହିବାକୁ ଚାହିଁବୁ କ୍ୟାନ୍ସଲ ଚେକ୍ ଜରିଆରେ ଟଙ୍କା ନେଣଦେଣ କରାଯାଇନଥାଏ। ଏଣୁ ବିନା କୌଣସି ଚିନ୍ତାରେ ଆପଣ କ୍ୟାନ୍ସଲ ଚେକ୍ ଦେଇପାରିବେ। ଚେକରେ ଦୁଇଟି ସାମାନ୍ତରାଳ ଗାର ପଡିବା ସହ ସେଥିରେ କ୍ୟାନ୍ସଲ ଲେଖା ଯାଇଥିଲେ ତାହାକୁ କ୍ୟାନ୍ସଲ ଚେକ୍ କୁହାଯାଇଥାଏ।

checks

କେଉଁଠାରେ ବ୍ୟବହାର ହୋଇଥାଏ କ୍ୟାନ୍ସଲ ଚେକ୍

-ହୋମ ଲୋନ୍, କାରଲୋନ୍, ପର୍ସନାଲ ଲୋନ୍ ଇତ୍ୟାଦି ନେବା ସମୟରେ କ୍ୟାନ୍ସଲ ଚେକର ଆବଶ୍ୟକତା ପଡିଥାଏ।

-ଇନ୍ସୋରାନ୍ସ ପଲିସି କିଣିବା ସମୟରେ କମ୍ପାନୀ ଆପଣଙ୍କର କ୍ୟାନ୍ସଲ ଚେକ୍ ମାଗିଥାଏ।

-ଅଫଲାଇନରେ ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ କ୍ୟାନ୍ସଲ ଚେକର ଆବଶ୍ୟକତା ପଡିଥାଏ।

-ଏହା ଜରିଆରେ ଫର୍ମରେ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କର ବୋଲି ପ୍ରମାଣିତ ହୋଇଥାଏ।

-ମ୍ୟୁଚୁଆଲ ଫଣ୍ଡରେ ନିବେଶ ସମୟରେ କ୍ୟାନ୍ସଲ ଚେକର ଆବଶ୍ୟକତା ପଡିଥାଏ।

Leave A Reply

Your email address will not be published.