ଏ ହେଉଛି ଭାଗ୍ୟ : ଶ୍ରୀଲଙ୍କା ବିସ୍ଫୋରଣରେ ବଞ୍ଚିଲା ଜୀବନ, ୨୬/୧୧ କୁ ମଧ୍ୟ ଥିଲେ ମୁମ୍ବାଇରେ

ଦୁବାଇରେ ରହୁଥିବା ଏହି ଭାରତୀୟ ଦମ୍ପତ୍ତି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ସିନେମନ୍ ଗ୍ରାଣ୍ଡ ହୋଟେଲରେ ହୋଇଥିବା ଆକ୍ରମଣରେ ବହୁ କଷ୍ଟରେ ବଞ୍ଚି ଫେରିଥିଲେ । ୨୧ ଏପ୍ରିଲରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ବହୁ ପାଖରୁ ଦେଖିଛନ୍ତି ଅଭିନବ ଛାରୀ ଏବଂ ନବରୂପ କେ.ଛାରୀ । ଯିଏ ଏକ ବିଜନେସ ଟ୍ରିପରେ ଶ୍ରୀଲଙ୍କା ଯାଇଥିଲେ ।

ଅଭିନବ ଏବଂ ତାଙ୍କ ପତ୍ନୀ ନବରୂପ ଦୁବାଇରେ ହିଁ ଛୋଟରୁ ବଡ ହୋଇଛନ୍ତି । ଅଭିନବଙ୍କ କହିବା ଅନୁସାରେ ସେ ଦୁଇ ଥର ଦୁବାଇରୁ ବାହାରକୁ ଯାଇଛନ୍ତି ଏବଂ ଦୁଇଥର ଯାକ ସେ ଆତଙ୍କି ଆକ୍ରମଣକୁ ଦେଖିଛନ୍ତି । ତାଙ୍କର ପ୍ରଥମ ଅନୁଭବ ଥିଲା ୨୦୦୮ ମୁମ୍ବାଇରେ ହୋଇଥିବା ଆକ୍ରମଣ । ଯେବେ ଆତଙ୍କବାଦୀମାନେ ବମ୍ ଧମାକା ସହିତ ଗୁଳିଚାଳନା କରିଥିଲେ। ଅଭିନବ କହିଛନ୍ତି କି ସେ ମେଡିସିନ୍ ଉପରେ ପାଠପଢା ପାଇଁ ୨୦୦୮ରେ ମୁମ୍ବାଇରେ ଥିଲେ । ସେହି ପାଞ୍ଚରୁ ଛଅ ଦିନ ତାଙ୍କ ପାଇଁ ବହୁତ କଷ୍ଟ ଥିବା ସେ କହିଛନ୍ତି ।

ଶ୍ରୀଲଙ୍କା ବିଷୟରେ ସେ କହିଛନ୍ତି କି, ଇଷ୍ଟର ସଣ୍ଡେରେ ସେମାନେ ଚର୍ଚ୍ଚ ଯାଇଥିଲେ ଏବଂ କିଛି ସମୟ ରହିବାପରେ ସେଠାରୁ ବାହାରିଥିଲେ । ଜଳଖିଆ ଖାଇବା ପାଇଁ ବାହାରକୁ ଆସିଥିଲେ ଏବଂ ସେହି ସମୟରେ ସେ ରାସ୍ତାରେ ପ୍ରବଳ ହୋହାଲ୍ଲା ହେଉଥିବାର ଦେଖି ହୋଟେଲକୁ ଯିବା ପାଇଁ ନିଷ୍ପତି ନେଇଥିଲେ । ହୋଟେଲରେ ଲମ୍ବା ଲାଇନ୍ ହୋଇଥିବାର ଦେଖି କିଛି ସିକ୍ୟୁରିଟି ଚେକ୍ ହେଉଥିବାର ଭାବିଥିଲେ । ନବରୂପ କହିଛନ୍ତି କି, ସେ ଏବିଷୟରେ କିଛି ଜାଣିନଥିଲେ । ମିଡିଆରେ ଖବର ପ୍ରସାରଣ ହେବା ପରେ ସେ ଯେତେବେଳେ ଜାଣିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.