କିଷାନ୍‌ ବିକାଶ ପତ୍ର : ଏବେ ଏତିକି ଦିନରେ ଦୁଇଗୁଣା ହେବ ଆପଣଙ୍କ ଟଙ୍କା !

କିଷାନ୍‌ ବିକାଶ ପତ୍ରରେ ନିବେଶ କରିବା ବ୍ୟକ୍ତିଙ୍କ ପାଇଁ ଏହା ବଡ ଖବର। ସରକାର ଛୋଟ ଯୋଜନାରେ ସାମିଲ କିଷାନ୍‌ ବିକାଶ ପତ୍ରରେ ମିଳୁଥିବା ସୁଧ ଦରକୁ ହ୍ରାସ କରିଦେଇଛନ୍ତି। ଏହାସହିତ ଏବେ ଟଙ୍କା ଦୁଇଗୁଣା ହେବା ପାଇଁ ମଧ୍ୟ ଅଧିକ ସମୟ ଲାଗିବ। କିଷାନ୍‌ ବିକାଶ ପତ୍ରରେ ନିବେଶ କରିଥିବା ଟଙ୍କା ୯ ବର୍ଷ ୫ ମାସ ପରେ ଦୁଇ ଗୁଣା ହୋଇଯିବ। ଏବେ ପର‌୍ୟ୍ୟନ୍ତ କିଷାନ୍‌ ବିକାଶ ପତ୍ରରେ ନିବେଶ କରାଯାଇଥିବା ଟଙ୍କା ୯ ବର୍ଷ ୪ ମାସରେ ଦୁଇ ଗୁଣା ହେଉଥିଲା। ସୁଧ ଦରକୁ ଆଖି ଆଗରେ ରଖି ସରକାର କିଷାନ୍‌ ବିକାଶ ପତ୍ରର ପରିପକ୍ବତାର ଅବଧି ଏକ ମାସ ବଢ଼ାଇ ଦେଇଛନ୍ତି।

ଟଙ୍କା ଦୁଇଗୁଣା ହେବାକୁ ଲାଗିବ ଏକ ମାସ ଅଧିକ

ଅର୍ଥ ମନ୍ତ୍ରାଳୟ କିଷାନ୍‌ ବିକାଶ ପତ୍ର ନିୟମ ୨୦୧୪ରେ ସଂଶୋଧନ କରି କହିଥିଲେ ଯେ ୧ ଜୁଲାଇ, ୨୦୧୯ରେ କେଭିପିରେ ରଖା ଯାଇଥିବା ରାଶି ୯ ବର୍ଷ ୫ ମାସ ଅର୍ଥାତ୍ ୧୧୩ ମାସରେ ଦୁଇଗୁଣା ହେବ। ଏବେ ପର‌୍ୟ୍ୟନ୍ତ ଏହା ୯ ବର୍ଷ ୪ ମାସରେ ଅର୍ଥାତ ୧୧୨ ମାସରେ ଦୁଇଗୁଣା ହେବ।

ଏହା ସହ ପଢ଼ନ୍ତୁ : ସରକାରଙ୍କ ନିର୍ଦ୍ଦେଶ : ଫ୍ଲାଟ୍ ମାଲିକଙ୍କୁ ଏବେ ଏହି ସର୍ଭିସ ପାଇଁ ଦେବାକୁ ହେବ GST

ସୁଧ ଦର ହ୍ରାସ

ସେପ୍ଟେମ୍ବରରେ କିଷାନ୍‌ ବିକାଶ ପତ୍ରରେ ଦେୟ ସୁଧ ହାରକୁ ହ୍ରାସ କରି ୭.୬ ପ୍ରତିଶତ କରିଦିଆଯାଇଛି। ଏପ୍ରିଲ-ଜୁନ ଅବଧିରେ ଏହା ୭.୭ ପ୍ରତିଶତ ଥିଲା। ସରକାର ଲଘୁ ସଞ୍ଚୟ ଉତ୍ପାଦ ଉପରେ ସୁଧ ଦରରେ ପ୍ରତ୍ୟେକ ତ୍ରୟମାସରେ ସଂଶୋଧନ କରନ୍ତି।

ଏମିତି କରିପାରିବେ ନିବେଶ

କୌଣସି ବି ବ୍ୟକ୍ତି କେଭିପିରେ ୧,୦୦୦ ଟଙ୍କା ଗୁଣାକାରରେ ନିବେଶ କରିପାରିବ। କେଭିପି ୧,୦୦୦ ଟଙ୍କା, ୫୦୦୦ ଟଙ୍କା, ୧୦,୦୦୦ ଟଙ୍କା ଏବଂ ୫୦,୦୦୦ଟଙ୍କା ମୂଲ୍ୟରେ ଜାରି କରାଯାଇଥାଏ। କେଭିପିର ବିକ୍ରି ପୋଷ୍ଟ ଅଫିସରେ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.