ଭାରତୀୟ ସେନାର ବଡ଼ ଘୋଷଣା: ଏବେ ସହିଦଙ୍କ ପରିବାର ସଦସ୍ୟ ବି ପିନ୍ଧିପାରିବେ ବୀରତା ପଦକ

ଦେଶ ପାଇଁ ସହିଦ ହୋଇଥିବା ଭାରତୀୟ ସେନାର ଯବାନ ଏବଂ ଅଫିସରମାନଙ୍କ ବୀରତା ପଦକ ଏବେ ପରିବାର ସଦସ୍ୟ ବି ପିନ୍ଧି ପାରିବେ। ଏ ନେଇ ଭାରତୀୟ ସେନା ଏକ ବଡ଼ ଘୋଷଣା କରିଛି। ତେବେ କିଛି ବିଶେଷ ମୁହୂର୍ତ୍ତ ଅବସରରେ ସେମାନେ ଏହି ବୀରତା ପଦକ ପିନ୍ଧିପାରିବେ। ପୂର୍ବରୁ ସହିଦଙ୍କ ପଦକକୁ କୌଣସି ବି ପ୍ରକାରେ ପ୍ରଦର୍ଶନ କରିବାର ଅନୁମତି ପରିବାର ଲୋକଙ୍କୁ ନ ଥିଲା।

ସେନାର ଏହି ନିଷ୍ପତ୍ତିରେ କୁହାଯାଇଛି ଯେ ସହିଦ ଯବାନମାନଙ୍କ ଜେଜେବାପା, ବାପା, ମା’, ସ୍ବାମୀ, ସ୍ତ୍ରୀ ଏବଂ ପିଲାମାନଙ୍କୁ ଏହି ଅନୁମତି ଦିଆଯାଇଛି। ଏମାନେ ସିଭିଲ୍ ଡ୍ରେସରେ ପଦକକୁ ଡାହାଣ ଛାତିରେ ପିନ୍ଧି ପାରିବେ। ପରିବାର ସଦସ୍ୟ ଖାସ୍ ଦିନ ଯେପରି ଯବାନଙ୍କ ଶ୍ରଦ୍ଧାଞ୍ଜଳି କିମ୍ବା ଅନ୍ତିମ ସଂସ୍କାର ଅବସରରେ ପଦକ ଧାରଣ କରିପାରିବେ।

ଏହାସହ ପଢ଼ନ୍ତୁ: ତେଜ ପ୍ରତାପ ଯାଦବ ଧାରଣ କଲେ ଭଗବାନ ଶିବଙ୍କ ରୂପ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

medal medal

କୁହାଯାଉଛି କି, ସହିଦ ଯବାନଙ୍କ ପରିବାର ସଦସ୍ୟମାନେ ସେନାକୁ ଅପିଲ କରିଥିଲେ ଯେ ସେମାନଙ୍କୁ ପଦକ ପିନ୍ଧିବାକୁ ଅନୁମତି ଦିଆଯାଉ। ଆଉ ସେନା ମଧ୍ୟ ଏହା ଅନୁଭବ କରିଥିଲା କି ଏଥିପାଇଁ ଅନୁମତି ଦେଲେ ସହିଦ ଯବାନ ଏବଂ ସୈନିକଙ୍କ ପରିବାର ସଦସ୍ୟଙ୍କୁ ଆହୁରି ଗର୍ବ ଅନୁଭବ ହେବ। ଏହାଦ୍ବାରା ସହିଦଙ୍କୁ ଆହୁରି ଭଲ ଭାବେ ଶ୍ରଦ୍ଧାଞ୍ଜଳି ଦିଆଯାଇ ପାରିବ। ତେବେ ଏଭଳି ଅନୁମତି ଅନ୍ୟ କେତେକ ଦେଶରେ ପୂର୍ବରୁ ହିଁ ଲାଗୁ ହୋଇସାରିଛି। କିନ୍ତୁ ଭାରତୀୟ ସେନା ପ୍ରଥମ ଥର ଏଭଳି ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.