Below header

ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ, ଆସନ୍ତକାଲି କରିବେ ଦାୟିତ୍ୱ ଗ୍ରହଣ

ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ। ଆସନ୍ତକାଲି ସେ ଦାୟିତ୍ୱ ଗ୍ରହଣ କରିବେ। ଶାସକ କନ୍‌ଜରଭେଟିଭ ପାର୍ଟି ନେତା ନିର୍ବାଚନରେ ବିଜୟୀ ହୋଇଛନ୍ତି ଜନସନ। ସେ ଜେରେମି ହଣ୍ଟକୁ ହରାଇଛନ୍ତି। ଜନସନଙ୍କୁ ୯୨ହଜାର ୧୫୩ ଭୋଟ ମିଳିଥିବା ବେଳେ ହଣ୍ଟଙ୍କୁ ମିଳିଥିଲା ୪୬ ହଜାର ୬୫୬ ଭୋଟ୍‌। ହଣ୍ଟ ବର୍ତ୍ତମାନ ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରୀ ଅଛନ୍ତି। ସେପଟେ ବୋରିସ ଜନସନ ଥେରେସା ମେଙ୍କ ସ୍ଥାନ ନେବେ। ବ୍ରେକ୍‌ଜିଟ୍‌ ପ୍ରସଙ୍ଗ ନେଇ ଥେରେସା ମେଙ୍କ ଏକ୍‌ଜିଟ୍‌ ହୋଇଥିଲା। ବ୍ରେକ୍‌ଜିଟକୁ ନେଇ ୟୁରୋପୀୟ ସଂଘ ସହ ହୋଇଥିବା ଚୁକ୍ତିକୁ ସଂସଦରେ ପାସ୍‌ କରାଇବାରେ ବିଫଳ ହୋଇଥିଲେ ଥେରେସା ମେ। ତେଣୁ ସେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ। ଥେରେସା ମେ ଜନ୍‌ସନଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରେକ୍‌ଜିଟ୍‌କୁ ନେଇ ମିଳିମିଶି କାମ କରିବାକୁ ପଡିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.