ଭଙ୍ଗା ଦଦରା ଘରେ କଟୁଛି ଜୀବନ, ସରକାରୀ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ

ଜଗତସିଂହପୁର (କେନ୍ୟୁଜ୍) : ଭଙ୍ଗା ଦଦରା ନୁଆଁଣିଆ ଚାଳ ଘର । କାନ୍ଥରୁ ମାଟି ଖସି ଯାଉଛି । ରହିବାକୁ ଭଲ ଘର ଖଣ୍ଡେ ନାହିଁ । ତାରି ଭିତରେ ଜୀବନ ବିତାଉଛନ୍ତି ଏକ ଅସହାୟ ପରିବାର । ଏ ଦୁଖ ହେଉଛି ଜଗତସିଂହପୁର ଜିଲ୍ଲା ସିଙ୍ଗାରପୁର ପଞ୍ଚାୟତର ନବାପାଟଣା ଗାଁର ରାଜୁ ଦାସଙ୍କର । ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ । ଘର ପାଇଁ ଛୋଟିଆ ଡିହ ଖଣ୍ଡେ ଅଛି, ହେଲେ ପାଖରେ ସମ୍ବଳ ନାହିଁ । ତେଣୁ ପରଘରର ବାରଣ୍ଡା ହିଁ ଆଶ୍ରା । ଏକ ଦେକାନରେ କାମ କରନ୍ତି ରାଜୁ । ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ପୁଅକୁ ପାଠ ପଢାଇବା ତ ଦୁରର କଥା, ଭଲକି ଦି ଓଳି ଦି ମୁଠା ଖାଇବା ବି କଷ୍ଟ । ଘର ପାଇଁ ବହୁବାର ଜିଲ୍ଲାପାଳଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲେଣି । ଘର ତ ମିଳୁନି, ମିଳୁଛି କେବଳ ପ୍ରତିଶ୍ରୁତି । ସେପଟେ ଏଘଟଣାକୁ ନେଇ ବିଡିଓଙ୍କୁ ଅବଗତ କରାଯାଇଥିଲା । ତାଙ୍କ ସର୍ଭେ ରିପୋର୍ଟ ଆସିଛି ଓ ଲିଷ୍ଟରେ ମଧ୍ୟ ନାଁ ଥିବା କହିଛନ୍ତି । ଖୁବଶୀଘ୍ର ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.