Below header

ରେଳ ବିଭାଗ ବାତିଲ୍‌ କଲା ୩୦୦ରୁ ଅଧିକ ଟ୍ରେନ, ଜାଣନ୍ତୁ କାହିଁକି

ଭାରତୀୟ ରେଳ ପକ୍ଷରୁ କାନୁନ୍‌, ବ୍ୟବସ୍ଥାର ସ୍ଥିତ ଏବଂ ପାଣିପାଗରେ ପରିବର୍ତ୍ତନ ପାଇଁ ଆଜି ପାଖାପାଖି ୩୦୦ ରୁ ଅଧିକ ଟ୍ରେନ ସେବା ବନ୍ଦ କରାଯାଇଛି। ଏହାମଧ୍ୟରୁ ୦୬୫୭୧ ବାଂସଓ୍ଵାଡି-ହୋସୁର, ୦୬୫୭୭ ହ୍ଵାଇଟଫ୍ଲିଡ-ବାଂସଓ୍ଵାଡି, ୧୧୪୨୩ ସୋଲାପର-ହୁବଲି, ୧୧୦୦୨ ପନଣ୍ଡାରପୁର-ସାଇନଗର ସିରିଡି, ୧୨୧୨୬ ପୁଣେ ଜଂ-ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍‌ ଏବଂ ୧୪୦୦୨ ଅଟାରୀ-ଦିଲ୍ଲୀ ଲିଙ୍କ ଏକ୍ସପ୍ରେସ୍‌ ଆଦି ରହିଛି। ଏହାବ୍ୟତୀତ ରେଳ ବିଭାଗ ପକ୍ଷରୁ ୯୦ଟି ଟ୍ରେନ ଆଶିଂକ ରୂପେ ବନ୍ଦ କରାଯାଇଛି, ଯାହା ମଧ୍ୟରେ ୧୧୦୨୯ କୋୟନା ଏକ୍ସପ୍ରେସ୍‌, ୧୯୩୦୯ ଗାନ୍ଧୀନଗର ଇନ୍ଦୋର ଏକ୍ସପ୍ରେସ୍‌, ୨୮୧୦୩ ହାଓ୍ଵଡା ଉଲବାରିୟା ଲୋକାଲ ଏବଂ ୩୮୪୦୪ ପଂସକୁରା ହାଓ୍ଵଡା ଲୋକାଲ ମଧ୍ୟ ସାମିଲ ରହିଛି। ଏହା ବ୍ୟତୀତ ଆପଣ ନିଜର ମୋବାଇଲ ଫୋନ୍‌ ସାହାଯ୍ୟରେ ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରି ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ।

train

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.