Below header

ବଳାତ୍କାରୀ ମୁଁହରୁ ରକ୍ଷା କରି ମହିଳାଙ୍କ ଜୀବନ ବଞ୍ଚାଇଲା ଆପଲ ୱାଚ

ସାଧାରଣତଃ ଆପଲ ୱାଚର ଫାଇଦା ବିଷୟରେ ସମସ୍ତେ ଜାଣିଥିବେ କିନ୍ତୁ ଆପଲ ୱାଚ ଦ୍ୱାରା କାହାର ଜୀବନ ବଞ୍ଚିଯାଇଛି କିମ୍ବା କେହି ବଳାତ୍କାର ହେବାରୁ ରକ୍ଷା ପାଇଛି ସେ ବିଷୟରେ ଆପଣ କେବେ ଶୁଣିନଥିବେ । ଆଜି ଆମେ ଆପଣଙ୍କୁ ଏହି ୱାଚର ସେହି ସୁବିଧା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ପୂର୍ବରୁ କେବେ ବି ଶୁଣିନଥିବେ । କାନାଡ଼ା ଆଲବାର୍ଟର ଜଣେ ମହିଳା ନିଜ ଜୀବନ ବଞ୍ଚାଇବା ଓ ବଳାତ୍କାର ହେବାରୁ ରକ୍ଷା ପାଇବାର ସମସ୍ତ ଶ୍ରେୟ ଏହି ଡିଭାଇସକୁ ଦେଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ସୂଚନା ଅନୁଯାୟୀ ଏପ୍ରିଲ ୧ ତାରିଖ ଦିନ ରାତିରେ ମହିଳା ଜଣକ ନିଜ ଘରେ ଶୋଇଥିଲେ । ହଠାତ ରାତି ଅଧରେ ନିଜ କୁକୁରର ଭୁକିବା ଶବ୍ଦ ଶୁଣି ତାଙ୍କ ନିଦ ଭାଙ୍ଗିଯାଇଥିଲା ଓ ସେ ଦେଖିଲେ ଯେ ତାଙ୍କ ଚାରିପଟେ କେହିଜଣେ ବ୍ୟକ୍ତି ବୁଲୁଛନ୍ତି । ଏହା ଦେଖି ସେ ନିଜ ଫୋନ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଫୋନ ତାଙ୍କ ପାଖରେ ନଥିଲା । ସେ ବହୁତ ଡରି ଯାଇଥିଲେ ଏବଂ ତାଙ୍କୁ କିଛି ବି ବୁଦ୍ଧି ଦେଖାଯାଉନଥିଲା । ଶେଷରେ ସେ ନିଜ ଆପଲ ୱାଚରୁ ତାଙ୍କ ପୁରୁଷବନ୍ଧୁଙ୍କୁ ମେସେଜ କରିଥିଲେ ଓ ସେ ତୁରନ୍ତ ପୋଲିସକୁ ଏହି ସବୁ ବିଷୟରେ ଜଣାଇଥିଲେ ।

Image result for Apple Watch Saves Calgary Woman From Rapist

କିଛି ସମୟ ପରେ ଘରର କବାଟ ଭାଙ୍ଗି ପୋଲିସ ଘର ଭିତରକୁ ପ୍ରବେଶ କରିଥିଲା । ପୋଲିସ ଆସିବା ଜାଣି ବ୍ୟକ୍ତି ଜଣକ କିଚେନରେ ଲୁଚି ଯାଇଥିଲା ଓ ବହୁତ ଖୋଜାଖୋଜି ପରେ ପୋଲିସ ବ୍ୟକ୍ତି ଜଣଙ୍କୁ ଗିରଫ କରିଥିଲା । ଏହା ବ୍ୟତୀତ ଜନ ଜୋସେଫ ମ୍ୟାକିଣ୍ଡୋ ନାମକ ଏହି ବ୍ୟକ୍ତି ଜଣଙ୍କ ଠାରୁ ପୋଲିସ ଏକ ରେପ ବ୍ୟାଗ, ପ୍ଳାସ, ଲୁହାକଣ୍ଟା, ମୁଖା ଓ ବଲ ଗ୍ୟାଗ ସହିତ ବିଭିନ୍ନ ପ୍ରକାର ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା ।

ଏହାସହ ପଢନ୍ତୁ ଫେସବୁକର ଫେସ ସ୍କାନ ଟେକ୍ନୋଲୋଜି ବିବାଦ, ପ୍ରାଇଭେସି ଉପରେ ହସ୍ତକ୍ଷେପ ବୋଲି କହିଲା ଆମେରିକୀୟ କୋର୍ଟ

ସୂଚନା ଅନୁଯାୟୀ କୋର୍ଟ ଏହି ସପ୍ତାହରେ ଜନ ଜୋସେଫ ମ୍ୟାକିଣ୍ଡୋଙ୍କୁ ଯୌନ ଉତ୍ପୀଡ଼ନ ଓ ଜୋର ଜବରଦସ୍ତି ଘରେ ପଶି ବଳାତ୍କାର ପାଇଁ ଚେଷ୍ଟା କରୁଥିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ବ୍ୟକ୍ତି ଜଣକ ଅନେକ ଦିନ ଧରି ଦୁଷ୍କର୍ମର ଯୋଜନା ବନାଇ ଆସୁଥିଲେ । ତାଙ୍କ ପାଖରେ ମହିଳାଙ୍କ ବିଲଡିଙ୍ଗର ଆକ୍ସେସ କାର୍ଡର କ୍ଲୋନ ରହିଥିଲା ଏବଂ ସେ ତାଙ୍କ ଚାବିର ଏକ ନକଲ ମଧ୍ୟ ପ୍ରସ୍ତୁତ କରି ରଖିଥିଲେ । ଯାହା ସାହାଯ୍ୟରେ ସେ ଘର ଭିତରେ ପଶି ପାରିଥିଲେ । ତଦନ୍ତ ପରେ ଜନ ଜୋସେଫ ମ୍ୟାକିଣ୍ଡୋଙ୍କ ଘରୁ ମହିଳାଙ୍କ କେଶ ସହିତ ଦୁଇ ଯୋଡ଼ା ଅନ୍ତବସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଥିଲା ଯାହାଦ୍ୱାରା ସେ ଏକ ବଳାତ୍କାରୀ ବୋଲି ପ୍ରମାଣିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.