ଏହି ଫିଲ୍ମ ପାଇଁ ଉତ୍ତର ପ୍ରଦେଶ ପୋଲିସ ହାତରେ ଗିରଫ ହୋଇପାରନ୍ତି ରେମୋ ଡିସୁଜା, ନନ୍ ବେଲେବୁଲ ଓ୍ଵାରେଣ୍ଟ ଜାରୀ

ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର-ଡାଇରେକ୍ଟର ରେମୋ ଡିସୁଜାଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶର ଗାଜିୟାବାଦ ଜିଲ୍ଲା ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରୀ କରିଛନ୍ତି। ABCD ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରେମୋ ଡିସୁଜାଙ୍କ ଉପରେ ଗୋଟେ ଫିଲ୍ମରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଣିବା ଏବଂ ପରେ ଟଙ୍କା ନ ଫେରାଇବା ଓ ତାଙ୍କୁ ଅଣ୍ଡରଓ୍ଵାଲର୍ଡ ଧମକ ଦେବା ଅଭିଯୋଗ ହୋଇଛି। କୋର୍ଟ ତାଙ୍କୁ କେସର ଶୁଣାଣୀ ବେଳେ ଉପସ୍ଥିତ ନରହିବା କାରଣରୁ ନନ୍ ବେଲେବୁଲ ଓ୍ଵାରେଣ୍ଟ ଜାରୀ କରାଯାଇଛି।

ସୂଚନା ଅନୁଯାୟୀ ସତ୍ୟନ୍ଦ୍ର ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଜଣାଇଥିଲେ ଯେ ରେମୋ ଡିସୁଜାଙ୍କ ସହିତ ତାଙ୍କର ଭେଟ ହୋଇଥିଲା। କିଛି ସମୟ ପରେ ସେ ରୋମୋଙ୍କର ଫିଲ୍ମ ‘ଅମର. . . ମଷ୍ଟ ଡାଏ’ ରେ ଟଙ୍କା ଲଗାଇବାକୁ କହିଲେ, କେବଳ ଏତିକି ନୁହେଁ ଫିଲ୍ମ ରିଲିଜ ପରେ ଦୁଇ ଗୁଣା ଟଙ୍କା ଫେରସ୍ତ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

amar-must-die

ଏହାସହ ପଢନ୍ତୁ : ନୂଆ ଡ୍ରେସ ବୋଲି ଦେଖେଇ ହେଲେ ଜାହ୍ନବୀ କପୁର, ପ୍ରାଇସ୍ ଟ୍ୟାଗ୍ ନ କାଢ଼ି ଆସିଲେ କ୍ୟାମେରା ସାମ୍ନାକୁ

କିନ୍ତୁ ରେମୋ ଟଙ୍କା ଫେରାଇଲେ ନାହିଁ ବରଂ ଅଣ୍ଡରଓ୍ଵାଲର୍ଡରୁ ଧମକ ଦେଲେ। ସେ ଧମକ ଦେଇଥିଲା ଯେ ‘ରେମୋଙ୍କୁ ଟଙ୍କେ ମାଗିଲେ ପରିଣାମ ବହୁତ ଭୟାନକ ହେବ। ’ ଏହାପରେ ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ।

‘ଅମର. . . ମଷ୍ଟ ଡାଏ’, ୨୦୧୪ରେ ରିଲିଜ ହୋଇଥିଲା। ଏଥିରେ ଜରୀନ ଖାନ ଏବଂ ରାଜୀବ ଖଣ୍ଡେଲଓ୍ଵାଲ ଓ ମୁରଲୀ ଶର୍ମା ପ୍ରମୁଖ ଭୂମିକା ନେଇଥିଲେ। ଏହାର ପ୍ରଡ୍ୟୁୁସର ଥିଲେ ରେମୋ ଡିସୁଜା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.