Below header

ଦମ୍‌ଦାର ଫିଚର୍ସ ସହ ଭାରତରେ ଲଞ୍ଚ ହେଲା ଜିପ ରେଙ୍ଗଲର SUV

ଦେଶରେ ବୁଧବାର ଜିିପ ଇଣ୍ଡିଆ ତରଫରୁ ରେଙ୍ଗଲର ଏସୟୁଭି ଲଞ୍ଚ କରାଯାଇଛି। ପୂର୍ବ ଅପେକ୍ଷା ନୂଆ କାରର ମୂଲ୍ୟ ବହୁତ କମ୍‌ ରହିଛି। ନୂଆ ଜିପ ରେଙ୍ଗଲର ୨୦୨୧ରେ ପୂର୍ବ ଭଳି ୨ ଭେରିୟଣ୍ଟସ ଅନଲିମିଟେଡ ଏବଂ ରୁବିକନ ଟ୍ରିମ ରହିଛି। ବର୍ତ୍ତମାନ ଏହା ଦେଶରେ ପେଟ୍ରୋଲ ଦ୍ୱାରା ଚାଳିତ ହେବ। ସୂଚନା ଅନୁଯାୟୀ, ଏହି ନୂଆ କାର ୧୫ମାର୍ଚ୍ଚରୁ ଲଞ୍ଚ କରାଯାଇଥାନ୍ତା, ହେଲେ କୌଣସି କାରଣରୁ ଏହାକୁ ଏବେ ଲଞ୍ଚ କରାଯାଇଛି। ଏହାର ଡେଲିଭରି ଆଜିଠାରୁ ଆରମ୍ଭ କରାଯାଇଛି।

ଇଞ୍ଜିନ :

ଭାରତରେ ଲଞ୍ଚ ହୋଇଥିବା ରେଙ୍ଗଲର ଏସୟୁଭିରେ ୫ଟି ଡୋର ଦିଆଯାଇଛି। ପୂର୍ବଥର ପରି ଏଥିରେ ୨.୦ ଲିଟର ଟର୍ବୋ ପେଟ୍ରୋଲ ପାଇଁ ସୁବିଧା ରହିଛି। ଏହାର ଇଞ୍ଜିନ ୨୬୨hpର ପାଓ୍ଵର ଏବଂ ୪୦୦nmର ଟର୍କ ଜେନେରେଟ କରିବ। ଏହି ଇଞ୍ଜିନ ସହିତ ୮ ସ୍ପିଡ ଟର୍କ କନଭର୍ଟର ଅଟୋମେଟିକ ଗିୟରବକ୍ସ ଷ୍ଟାଣ୍ଡାର୍ଡ଼ ରହିଛି।

ସ୍ମାର୍ଟ ଫିଚର୍ସ:

jeep123

ଏହି ମଡେଲରେ ଅଧିକତରଭାବେ ପୂର୍ବଭଳି ଫିଚର୍ସ ରହିଛି। LED ହେଡଲ୍ୟାମ୍ପ ସହ ଡିଆରଏଲ, ଏଲଇଡି ଫଗ୍‌ ଲ୍ୟାମ୍ପ , ଲେଦର ଅପହୋଲଷ୍ଟ୍ରି, ଇନଷ୍ଟୁମେଣ୍ଟ କ୍ଲଷ୍ଟରରେ ୭ ଇଞ୍ଚର କଲର ଏମଆଇଡି ସ୍କ୍ରିନ, ଆପଲ କାରପ୍ଲେ ଏବଂ ୮.୪ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ୍‌, ଡୁଆଲ ଜୋନ କ୍ଲାଇମେଟ କଣ୍ଟ୍ରୋଲ ଭଳି ସ୍ମାର୍ଟ ଫିଚର୍ସ ସାମିଲ ଅଛି। ଏହାସହିତ ରିମୁବେବଲ ଡୋର ଏବଂ ହାର୍ଡଟାପ ରୁଫ ମଧ୍ୟ ରହିିଛି।

ସେଫ୍ଟି ଫିଚର୍ସ:

ସ୍ମାର୍ଟ ଫିଚର୍ସ ସହ ଏଥିରେ ରହିଛି ସେଫ୍ଟି ପିଚର୍ସ । ସେଫ୍ଟି ପାଇଁ ଏଥିରେ ଫ୍ରଣ୍ଟ ଏବଂ ସାଇଡ ଏୟାର-ବ୍ୟାଗ ରହିଛି। ଇଲେକଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ, ହିଲ ଷ୍ଟାର୍ଟ ଆସିଷ୍ଟ , ହିଲ ଡିସେଣ୍ଟ କଣ୍ଟ୍ରୋଲ , ଇଲେକଟ୍ରୋନିକ ରୋଲ ମିଟିଗେସନ , ଅଟୋମେଟିକହେଡଲ୍ୟାମ୍ପସ, ଟାୟାର ପ୍ରେସର ମନିଟର ଏବଂ ରିୟର ପ୍ୟାକିଙ୍ଗ ସେସଂର ଏବଂ କ୍ୟାମେରା ଷ୍ଟାଣ୍ଟାଡ ଉପଲବ୍ଧ।

ଏହି କାରର ମୂଲ୍ୟ ଏହାର ୪ର୍ଥ ଜେନେରେସନ୍‌ ତୁଳନାରେ ୧୦.୪ ଲକ୍ଷରୁ ୧୧.୦୪ ଲକ୍ଷ ପର୍ଯ୍ୟନ୍ତ କମ୍‌ ଅଛି। ବର୍ତ୍ତମାନ ଏହାର ମୂଲ୍ୟ ୫୭.୯ଲକ୍ଷ ରଖାଯାଇଛି। ଏହାର ୪ର୍ଥ ଜେନେରେସନର ମଡେଲ ଭାରତରେ ୨୦୧୯ରେ ଲଞ୍ଚ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.