Below header

ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ, କ୍ୟାପଟେନ୍ ମୃତ

ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗ୍ରୁପ୍‌ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି ।


ଏୟାରଫୋର୍ସର ରିପୋର୍ଟ ମୁତାବକ ଏହି ବିମାନ ମଧ୍ୟ ଭାରତର ଏକ ଏୟାର ବେସରେ କ୍ରାସ ହୋଇଛି। ଦୁର୍ଘଟଣାରେ ଗ୍ରୁପ୍‌ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହେଲା ତାର କାରଣ ଏବେ ଯାଏଁ ଜଣାପଡିନାହିଁ। ଏହାର ଯାଞ୍ଚ ପାଇଁ କୋର୍ଟ ଅଫ ଇନକ୍ଵାରୀ ଗଠନ କରାଯାଇଛି। ବାୟୁସେନାର ପ୍ରବକ୍ତାଙ୍କ କହିବାନୁସାରେ ପ୍ରଶିକ୍ଷଣ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.