Below header

ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଯାଜପୁର(କେ.ନ୍ୟୁଜ): ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଜେନାପୁର ଥାନା କବାଟବନ୍ଧ ଛକ ନିକଟରେ। ସୂଚନା ଅନୁଯାୟୀ, ଗତ ଚାରି ଦିନ ଧରି ହେବ ବ୍ୟାଙ୍କ ବନ୍ଦ ଥିବା କାରଣରୁ ପେଟ୍ରୋଲ ପମ୍ପର ଟଙ୍କା ଜମା ହୋଇ ନଥିଲା । ଆଜି ନିକଟସ୍ଥ କନ୍ତପଡା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ନିଜ ବାଇକ ଯୋଗେ କବାଟବନ୍ଧ ଷ୍ଟେଟବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ଏକ କଳା ନାଲି ରଙ୍ଗର ଆପାଚିରେ ଆସି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାଇକ ଡିକି ଖୋଲି ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ।

କର୍ମଚାରୀଙ୍କ ଠାରୁ ପେଟ୍ରୋଲ ପମ୍ପ ମାଲିକ ଏ ସମ୍ପର୍କରେ ଜାଣିବା ପରେ ଜେନାପୁର ପୋଲିସକୁ ଫୋନ କରି ଜଣାଇଥିଲେ। ଖବର ପାଇ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.