WhatsAppରେ ଆସିଲା ୫ ନୂଆ ଜବରଦସ୍ତ ଫିଚର୍ସ, କଣ ଆପଣ ଜାଣିଛନ୍ତି କି ନାହିଁ

ସୋସିଆଲ ମିଡିଆ ଆପ୍ ହ୍ଵାଟସଅପ୍ ଗତ କିଛି ମାସ ଧରି ଲଗାତର ନୂଆ ଅପଡେଟ ଆଣୁଛି। ପ୍ରାଇଭେସୀ ପଲିସିକୁ ନେଇ ଲୋକଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ହ୍ଵାଟସଅପ୍ ନିକଟରେ ୫ ବଡ ଫିଚର୍ସକୁ ଲଞ୍ଚ୍ କରିଛି। ଯାହାପରେ ହ୍ଵାଟସଅପ୍ ବ୍ୟବହାର କରିବା ଆପଣଙ୍କ ପାଇଁ ହୋଇଯିବ ଆହୁରି ସହଜ। ତେବେ ଆସନ୍ତୁ ଜାଣିବା ଏହି ନୂଆ ଫିଚର୍ସ ବିଷୟରେ।

ହ୍ଵାଟସପ୍ ନିକଟରେ ଆପଣଙ୍କ ବ୍ୟାକଅପ୍ ଚାଟସକୁ (Backup Chats)ବି ପାସଓ୍ଵାର୍ଡ ପ୍ରୋଟେକଟେଡ୍ (Password Protected) କରିଦେଇଛି। ଏବେ ଆପଣଙ୍କ ବ୍ୟାକଅପ୍ ଚାଟ୍ସ ମଧ୍ୟ ହୋଇଯାଇଛି। ଅର୍ଥାତ ଆପଣଙ୍କୁ ବ୍ୟାକଅପ ଚାଟ୍ସକୁ ଦେଖିବାକୁ ହେଲେ ପାସଓ୍ଵାର୍ଡ ବ୍ୟବହାର କରିବାକୁ ହେବ।

ଏହି ପପୁଲାର ଚାଟିଙ୍ଗ୍ ଆପରେ ଏବେ ଆପଣ ସର୍ଟ ଭିଡିଓ ବି ଦେଖିପାରିବେ। ହ୍ଵାଟସଅପ୍ ନିକଟରେ Instagram Reelsକୁ ମଧ୍ୟ ପ୍ଲାଟଫର୍ମରେ ସାମିଲ କରିଛି।

whatsappହ୍ଵାଟସଅପ୍ ନିକଟରେ ଚାଟ୍ସରେ Archived ଫିଚରକୁ ମଧ୍ୟ ଲଞ୍ଚ୍ କରିଛି। ନୂଆ ଅପଡେଟ ଅନୁଯାୟୀ ଆପଣ କୌଣସି ବି ଚାଟକୁ ଆକାଇବର୍ଡ ଲିଷ୍ଟରେ ପକାଇଲେ, ଆପଣଙ୍କୁ ସେହି ମେସେଜ୍ ଦେଖାଇବ ନାହିଁ। କିନ୍ତୁ ଆପଣ ମେସେଜକୁ କେବେବି ଅଲଗା ଦେଖିପାରିବେ।

Whatsapp କିଛି ଦିନ ପୂର୍ବରୁ Multiple Device Supportକୁ ମଧ୍ୟ ଲଞ୍ଚ୍ କରିଛି। ଅର୍ଥାତ ଆପଣ କୌଣସି ଅନ୍ୟ ଡିଭାଇସରେ ହ୍ଵାଟସଅପ୍ ୟୁଜ କଲେ ତାହେଲେ ଏହାକୁ ରିୟଲ ଟାଇମ୍ ମନିଟର କରାଯାଇହେବ।

ଏବେ ଆପଣଙ୍କୁ ନିଜ ଚାଟ୍ସକୁ ବାରମ୍ବାର ଡିଲିଟ୍ କରିବାର ଆବଶ୍ୟକତା ନାହିଁ। ନିକଟରେ ମ୍ୟାସେଜିଙ୍ଗ୍ ଆପ୍ ହ୍ଵାଟସଅପ୍ ଅଟୋମେଟିକ ମେସେଜ୍ ଡିଲିଟ ଅପସନର ସୁବିଧା ମଧ୍ୟ ଦେଇଛି। ଅର୍ଥାତ ଚାଟ୍ସ କିଛି ସମୟ ପରେ ଆପେ ଆପେ ଡିଲିଟ୍ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.