ପିଲା ଚୋର ସନ୍ଦେହ, ଦୁଇ ଜଣଙ୍କୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

ବାଲେଶ୍ୱର(କେ.ନ୍ୟୁଜ): ଗ୍ଯାସ ସଂଯୋଗୀକରଣର ଯାଞ୍ଚ ନିମନ୍ତେ ଆସିଥିବା ୨ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥାନା ଅଞ୍ଚଳର ପୋଡାସୁଳ ଗାଁରେ। ଆହତ ଦୁଇଜଣ ସମ୍ପର୍କରେ ଦାଦା ପୁତୁରା ବୋଲି ଜଣାପଡ଼ିଥିବା ବେଳେ ଉଭୟ ଯୁବକଙ୍କ କଥାରେ କୌଣସି ତାଳମେଳ ରହୁ ନ ଥିବାରୁ ଅସଲ ରହସ୍ଯ ଜଣାପଡିନାହିଁ।

ମିଳିଥିବା ସୂଚନାନୁସାରେ, ଆଜି ସକାଳେ ସନ୍ତୋଷ ପାତ୍ର ଓ ତାଙ୍କ ଦାଦା ଗଣେଶ୍ୱର ପାତ୍ର ପୋଡାସୁଳ ଗାଁରେ ପହଞ୍ଚି ଗ୍ୟାସ ସଂଯୋଗୀକରଣର ଯାଞ୍ଚ ପାଇଁ ଆସିଥିବା କହିଥିଲେ।ସେମାନଙ୍କୁ ଡିଲର ପଠାଇଥିବା ମଧ୍ୟ କହିଥିଲେ। ମାତ୍ର ସେମାନଙ୍କ କଥାରେ ତାଳମେଳ ନଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ଓ ସେମାନେ ପ୍ରମାଣପତ୍ର ଦେଖାଇବା ପାଇଁ କହିଥିଲେ। ମାତ୍ର ସେମାନେ ଦେଖାଇ ପାରିନଥିଲେ। ଫଳରେ ଗାଁ ଲୋକେ ଉଭୟଙ୍କୁ ପିଲା ଚୋରି ପାଇଁ ଗାଁକୁ ଆସିଥିବା ସନ୍ଦେହ କରି ନିର୍ଦ୍ଧୁମ ଛେଚିଥିଲେ। ଉଭୟ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସନ୍ତୋଷ ପାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.