ଖୁବ ଶୀଘ୍ର ଲଞ୍ଚ ହେବ Kia Suv EV6, ଦମଦାର ବ୍ୟାଟେରୀ ପ୍ୟାକ ସହ ରହିଛି ବଢ଼ିଆ ଲୁକ୍‌

କାର ପ୍ରେମୀଙ୍କୁ ଖୁସି କରିବା ପାଇଁ Kia India ଖୁବ ଶୀଘ୍ର ମାର୍କେଟରେ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି। Kia India ଏବେ ବଜାରରେ ଲମ୍ବା ରେଞ୍ଜ ଦେଉଥିବା ଇଲେକଟ୍ରିକ Suv ଲଞ୍ଚ କରିବ। ଯାହାର ଏବେ ଟିଜରକୁ କମ୍ପାନୀ ତରଫରୁ ପୋଷ୍ଟ କରାଯାଇଛି। Kia EV6 କୁ ବୁକିଂ ପ୍ରକ୍ରିୟା ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହୋଇଯବି। ତେବେ ସବୁଠୁ ବଡ଼ କଥା ହେଉଛି ଏହା ସିଙ୍ଗିଲ ଚାର୍ଜରେ ଏକାଥରେ ୫୨୮ କିଲୋମିଟର ପର୍ଯ୍ୟନ୍ତ ଯିବ। ଗ୍ରାହକଙ୍କୁ ଏହା ପସନ୍ଦ ଆସିବ ବୋଲି ଆଶା ରହିଛି।

ସଲ୍ଟୋସ, ସାନେଟ, କାର୍ନିଭାଲ ଓ କେରେନ୍ସ ଭଳି ଭାରତୀୟ ବଜାରରେ କଡ଼ା ଟକ୍କର ଦେବା ପାଇଁ Kia India ବଡ଼ ଧମାକା କରିବାକୁ ଯାଉଛି। ନିକଟରେ କମ୍ପାନୀ EV6କୁ ଭାରତ ପାଇଁ ଟ୍ରେଡମାର୍କ କରିଛି। ଯେଉଁଥିରୁ ଜଣାପଡ଼ିଛି ଯେ Kia Electric ବାହନ ମାର୍କେଟରେ ଖୁବ ଶୀଘ୍ର ଲଞ୍ଚ ହେବ। କମ୍ପାନୀ ଏହି ମଡେଲକୁ ଆସନ୍ତା ମେ ୨୬ ତାରିଖରେ ଭାରତରେ ଲଞ୍ଚ କରିବ ବୋଲି ଜଣାପଡ଼ିଛି। ଏବେ କିନ୍ତୁ ଟିଜର ରିଲିଜ ହୋଇଛି। ଯାହାକୁ ଖୁବ ପସନ୍ଦ କରାଯାଉଛି। ତେବେ ଏହାର ବୁକିଂ ମଧ୍ୟ ୨୬ମେ ରୁ ଆରମ୍ଭ ହେବ। ବୁକିଂ ପ୍ରକ୍ରିୟା ଆରମ୍ଭ ପରେ ଦେଶରେ ଏହାକୁ ଲଞ୍ଚ କରାଯିବ ।

ତେବେ ଭାରତରେ Kia EV6କୁ କେବଳ ୧୦୦ ୟୁନିଟ ପର୍ଯ୍ୟନ୍ତ ବିକାଯିବ। ଏମିତିରେ ବୁକିଂ ଆରମ୍ଭ ର କିଛି ସମୟ ମଧ୍ୟରେ ସମସ୍ତ କାର ବିକ୍ରି ହେବାର ସମ୍ଭାବନା ରହିଛି। କମ୍ପାନୀ EV6 ବ୍ୟତିତ EV6 ଲାଇଟ, EV6 ଏୟାର, EV6 ଓ୍ଵାଟର ଓ EV6 ୟାର୍ଥ ନାମକ ଟ୍ରେଡମାର୍କ ପାଇଁ ମଧ୍ୟ ଆବେଦନ କରାଯାଇଛି। ଏହି ସମସ୍ତ ଇଲେକଟ୍ରିକ କାରରେ ଭିନ୍ନ ଭିନ୍ନ ଭାରିଏଣ୍ଟସ ରହିଛି। ଗତ ବର୍ଷ ମେ ମାସରେ ଆସିଥିବା Kia EV6 Hyundai ionic 5 ଭଳି ମଡେଲ ରହିଥିବା ବେଳେ ଏହାକୁ ଇ-ଜିଏମପି ପ୍ଲାଟଫର୍ମରେ ତିଆରି କରାଯାଇଛି।

ତେବେ ଏହି କାର ସିଙ୍ଗିଲ ଚାର୍ଜରେ ଯିବ ୫୨୮ କିଲୋମିଟର। ଏଥିରେ ୭୭.୪ କିଲୋଓ୍ଵାଟ ବ୍ୟାଟେରୀ ପ୍ୟାକ ଦିଆଯାଇଛି। ଏହାସହ ୩୨୧ ବିଏଚପି ସହ ୬୦୫ ଏନଏମ ପିକ ଟ୍ରାକ ଜେନେରେଟ କରୁଛି। ଏହାସହ ୫୮ କିଲୋଓ୍ଵାଟ ଆର ବ୍ୟାଟେରୀ ପ୍ୟାକ ମଧ୍ୟ ଦିଆଯାଇଛି ଯାହା ୧୭୦ ବିଏଚପି ସହ ୩୫୦ ଏନଏମ ପିକ୍‌ ଟ୍ରାକ ଜେନେରେଟ କରେ। ସବୁଠୁ ଭଲ କଥା ହେଉଛି ଫାଷ୍ଟ ଚାର୍ଜର ସାହାଯ୍ୟରେ କାର୍‌ ର ବ୍ୟାଟେରୀ ମାତ୍ର ୧୮ ମିନିଟରେ ୧୦ରୁ ୮୦ % ପର୍ଯ୍ୟନ୍ତ ଚାର୍ଜ ହୋଇଯାଏ। ଜାଣି ରଖନ୍ତୁ ଯେ ଅଧିକ ଦମଦାର ବ୍ୟାଟେରୀ ରେଞ୍ଜ ୫୨୮ କିଲୋମିଟର ଦେଉଥିବା ବେଳେ କମ ଦମଦାର ବ୍ୟାଟେରୀ ସିଙ୍ଗିଲ ଚାର୍ଜରେ ୪୦୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେବ।

ଡିଜାଇନ କଥା ଧ୍ୟାନକୁ ଦେଲେ Kia EV6 LED DRLs Strips, LED ହ୍ୟାଣ୍ଡଲାମ୍ପ, ସିଙ୍ଗିଲ ସ୍ଲେଟ ଗ୍ଲାସ ବ୍ଲାକ ଗ୍ରିଲ, ଗ୍ଲାସ ବ୍ଲାସ ଫିନିସ୍‌ ର ଚଉଡା ଏୟାରଡ୍ୟାମ, ଦୁଆଲ ଆଲାଓ ହ୍ଵିଲସ୍‌, ବ୍ଲାକ୍ଡ ଆଉଟ ପିଲର୍ସ ଓ ORVMs, ଟେଲଲାଇଟସ୍‌ ଏବଂ ଦୁଆଲ ଟୋନ ବମ୍ପର୍ସ ଦିଆଯାଇଛି। ଫିଚର୍ସ କଥା ଧ୍ୟାନକୁ ଦେଲେ ଏଥିରେ ଡିଜିଟାଲ ଇନଷ୍ଟମେଣ୍ଟ କନସୋଲ, ଦୁଇଟି ସ୍ପୋକ ମଲ୍ଟି ଫଙ୍କସନ ଷ୍ଟିୟରିଂ ହ୍ଵିଲ, ଏସି ପାଇଁ ଟଚ୍‌ କଣ୍ଟ୍ରୋଲ, ଟ୍ରାନ୍ସମିସନ ପାଇଁ ରେଟରୀ ଡାଏଲ ଏବଂ ସେଣ୍ଟର କନସୋଲରେ ଷ୍ଟାର୍ଟ ଷ୍ଟପ ବଟନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.