ଏବେ ବନାନ୍ତୁ ଏୟାରଟେଲର କ୍ରେଡିଟ୍ କାର୍ଡ, କ୍ୟାସବ୍ୟାକ୍ ସମେତ ମିଳିବ ଅନେକ ଫାଇଦା

ଭାରତୀୟ ନିଜର ୩୪ କୋଟି କଷ୍ଟମର୍ସଙ୍କୁ ଧ୍ୟାନରେ ରଖି ଆକ୍ସିସ୍ ବ୍ୟାଙ୍କ ସହିତ ମିଶି କୋ-ବ୍ରାଣ୍ଡେଡ କ୍ରେଡିଟ୍ କାର୍ଡ ଲଞ୍ଚ୍ କରିଛି। କମ୍ପାନୀ ନିଜର ଗ୍ରାହକଙ୍କୁ ସ୍ପେଶାଲ ବେନିଫିଟ୍ସ ଦେବା ପାଇଁ ଆକ୍ସିସ ବ୍ୟାଙ୍କ ସହିତ ଷ୍ଟାଟେଜିକ ପାର୍ଟନରସିପ୍ କରିଛି ।
ବହୁତ କାମିକା ଏହି କାର୍ଡ
ଏହି କାର୍ଡକୁ ଖାସ୍ କରି ଏୟାରଟେଲ ଗ୍ରାହକଙ୍କୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି। ଏୟାରଟେଲ ଆକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ ୟୁଜ୍ କରିବା ଦ୍ୱାରା ଏୟାରଟେଲ କଷ୍ଟମର୍ସଙ୍କୁ କ୍ୟାସବ୍ୟାକ୍, ଖାସ୍ ଡିସକାଉଣ୍ଟ, ଡିଜିଟାଲ ଭାଉଚର୍ସ ଏବଂ ଅନେକ ପ୍ରକାର କମ୍ପିଲେମେଣ୍ଟ୍ରୀ ସର୍ଭିସସେଜ୍ ମିଳିବ।
ମିଳିବ ଏତିକି ଟଙ୍କା କ୍ୟାସବ୍ୟାକ୍
ଏୟାରଟେଲ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ୟୁଜର୍ସଙ୍କୁ କାର୍ଡ ସ୍ପେଣ୍ଡସ ଉପରେ ରିଓ୍ଵାର୍ଡ ମିଳିବ। ସେହିପରି ଏୟାରଟେଲ ମୋବାଇଲ/ଡିଟିଏଚ ର ରିଚାର୍ଜ କିମ୍ବା ଏୟାରଟେଲ ବ୍ଲାକ ଏବଂ ଏୟାରଟେଳ ଏକ୍ସଟ୍ରୀମ ଫାଇବରର ବିଲ୍ ପେମେଣ୍ଟ ଉପରେ ୨୫ ପ୍ରତିଶତ କ୍ୟାସବ୍ୟାକ ମଧ୍ୟ ମିଳିବ। କେବଳ ଏତିକି ନୁହେଁ ଏୟାରଟେଲ ଥ୍ୟାଙ୍କସ ଆପ୍ ଜରିଆରେ ଇଲେକଟ୍ରିସିଟୀ/ଗ୍ୟାସ/ ପାଣି ବିଲ ପେମେଣ୍ଟ କରିବା ଦ୍ୱାରା ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ। ଏହାସହିତ ବିଗ୍ ବାସ୍କେଟ, ସ୍ୱିଗି, ଜୋମାଟୋରେ ଅର୍ଡର ପାଇଁ ଏହି କାର୍ଡର ବ୍ୟବହାର କରିବା ଦ୍ୱାରା ୧୦ ପ୍ରତିଶତ କ୍ୟାସବ୍ୟାକ୍ ଏବଂ ବାକି ସ୍ପୋଣ୍ଡିଙ୍ଗ୍ ଉପରେ ଏକ ପ୍ରତିଶତର କ୍ୟାସବ୍ୟାକ୍ ମିଳିବ।
ଏମିତି ମିଳିବ କାର୍ଡ
ଏହି ବେନିଫିଟ୍ସ ପାଇବା ପାଇଁ ୟୁଜରଙ୍କୁ ୫୦୦ ଟଙ୍କାର ଜଲନିଙ୍ଗ୍ ଫିସ୍ ଦେବାକୁ ହେବ । ଯଦିଓ ଏହି କାର୍ଡ ଇସ୍ୟୁ ହେବାର ୩୦ ଦିନ ଭିତରେ ଆକ୍ଟିଭେସନରେ ୫୦୦ ଟଙ୍କାର ଇ-ଭାଉଚର ମିଳିବ।
ଭାରତୀୟ ଏୟାରଟେଲର ଏମଡି ତଥା ସିଇଓ କହିଛନ୍ତି ଯେ ଟେଲିକମ୍ ଏବଂ ବ୍ୟାଙ୍କର ଏହି ପାର୍ଟନରସିପ୍ ସମସ୍ତଙ୍କ ପାଇଁ ବହୁତ ବେନିଫିସିଆଲ ହେବ। ଏହା ଜରିଆରେ ଏୟାରଟେଲ ଗ୍ରାହକଙ୍କୁ ଆକ୍ସିସ ବ୍ୟାଙ୍କର ଓ୍ଵାଲର୍ଡ କ୍ଲାସ ଫାଇନାନସିଆଲ ସର୍ଭିସେଜ ପୋର୍ଟଫୋଲିୟୋର ଆକ୍ସେସ ମିଳିବ। ଅନ୍ୟପଟେ ଆକ୍ସିସ୍ ବ୍ୟାଙ୍କକୁ ଏୟାରଟେଲର ମଜବୁତ ଡିଜିଟାଲ କ୍ଷମତା ଏବଂ ଡିଷ୍ଟ୍ରିବ୍ୟୁସନର ବହୁତ ଭଲ ଫାଇଦା ମିଳିବ।