ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କ ସମ୍ପର୍କରେ ପଡ଼ିଯାଇଛି କି ଫାଟ !

ବିଗ୍ ବସ୍ OTT ପ୍ଲାଟଫର୍ମ ଅନେକ କାରଣରୁ ଚର୍ଚ୍ଚାରେ ରହିଥାଏ । ସେଥିମଧ୍ୟରୁ ପ୍ରତିଯୋଗୀ ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ଦେଖିବାକୁ ମିଳିଥିଲା । ଉଭୟ ଏକ କନେକସନ ଭାବରେ ବିଗବସ୍ କୁ ପ୍ରବେଶ କରିଥିଲେ । ରିଆଲିଟି ସୋ ରେ ଶମିତା ଶେଟ୍ଟୀ ଏବଂ ରାକେଶ ଦୁହେଁ ଏକାଠି ନଜର ଆସୁଥିଲେ। ଟିଭି ଅଭିନେତା ରାକେଶ କେବଳ ଶମିତାଙ୍କ ସହ ନୁହେଁ ବରଂ ଅଭିନେତ୍ରୀଙ୍କ ପରିବାର ସହିତ ମଧ୍ୟ ନଜର ଆସନ୍ତି। ଏଭଳି ପରିସ୍ଥିତିରେ ଯଦି ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କ ବ୍ରେକଅପ୍ ଖବର ଇଣ୍ଟରନେଟରେ ଘୁରି ବୁଲେ ତେବେ ପ୍ରଶଂସକମାନେ ନିଶ୍ଚିତ ଭାବେ ଆଶ୍ଚଯ୍ୟ ହେବେ। ତେବେ ଶ୍ୟାମିତା ଶେଟ୍ଟୀ ତାଙ୍କ ବ୍ରେକଅପ୍ ଖବରକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ତେବେ ଅଭିନେତ୍ରୀ ଶମିତା ଶେଟ୍ଟୀ ସୋସିଆଲ ମିଡିଆରେ ରାକେଶ ବାପତ ଏବଂ ତାଙ୍କ ସମ୍ପର୍କକୁ ନେଇ କିଛି ଖୁଲାସା କରିଛନ୍ତି । ଶମିତା ଲେଖିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆମ ସମ୍ପର୍କ ବିଷୟରେ ଏପରି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଏସବୁ ଭିତରେ କୌଣସି ସତ୍ୟତା ନାହିଁ”।

ବାସ୍ତବରେ, ଏକ ରିପୋର୍ଟରେ ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କ ବ୍ରେକଅପ୍ ବିଷୟରେ କୁହାଯାଇଛି। ଶମିତା ଏବଂ ରାକେଶଙ୍କ ମଧ୍ୟରେ ସବୁ ଠିକ୍ ଚାଲି ନଥିଲା, ଉଭୟଙ୍କ ମଧ୍ୟରେ ମତଭେଦ ରହିଥିଲା ​​ଏବଂ ଏହା ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହି ରିପୋର୍ଟ ଗୁରୁବାର ଦିନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେବା ପରେ ଶମିତା ଶେଟ୍ଟୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।

ବିଗ୍ ବସ୍ OTT ରେ ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କୁ ଭେଟିଥିଲେ। ପରେ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା । ଯେତେବେଳେ ଶମିତା ଶେଟ୍ଟି ବିଗ୍ ବସ୍ ସିଜନ୍ 15 ର ଅଂଶ ଗ୍ରହଣ କରିଥିଲେ ରାକେଶ ବାପତ୍ ମଧ୍ୟ ସୋ’ରେ ପ୍ରବେଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.