କାର୍ତ୍ତିକ ଆର୍ଯ୍ୟନଙ୍କୁ ବାହା ହେବା ପାଇଁ ମିଳିଲା ୨୦ କୋଟିର ଅଫର୍

ବଲିଉଡ୍ ଦୁନିଆ ବାହାରୁ ଆସି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ନେମ୍ ଫେମ ତିଆରି କରିଥିବା କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଶଂସକ କିଛି କମ୍ ନୁହଁନ୍ତି। ଏମିତିକି କିଛି ଦିନ ପୂର୍ବରୁ ତାଙ୍କର ଦୁଇଜଣ ଫ୍ୟାନ ଗାର୍ଲ୍ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇ ତାଙ୍କୁ ଦେଖା କରିବେ ବୋଲି ଚିଲାଉଥିଲେ। ପୁଣି ପରେ କାର୍ତ୍ତିକ ଅର୍ଯ୍ୟନ୍ ବାହାରକୁ ଆସି ତାଙ୍କ ଫ୍ୟାନଙ୍କୁ ଦେଖା କରିଥିଲେ।

kartik aryan
Picture credit- bollywoodhungama.com

ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି ଓ ନିଜ ପ୍ରସଂଶଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି। ଠିକ୍ ସେମିତି କିଛି ଦେଖିବାକୁ ମିଳିଛି ଏବେ ତାଙ୍କ ସୋସିଆଲ ମିଡ଼ିଆ ଫିଡରେ। ତାଙ୍କୁ ଜଣେ ପ୍ୟାନ ୨୦ କୋଟି ଟଙ୍କା ଦେବେ ବୋଲି କହିଛନ୍ତି, ଯଦି ସେ ତାଙ୍କୁ ବିବାହ କରିବେ।

 

 

View this post on Instagram

 

A post shared by KARTIK AARYAN (@kartikaaryan)

କାର୍ତ୍ତିକ ଆର୍ଯ୍ୟନ୍ ଶେଷ ଥର ପାଇଁ ନେଟଫ୍ଲିକ୍ସରେ ଧାମାକା ଫିଲ୍ମରେ ନଜର ଆସିଥିଲେ । ସେ ଏକ ନ୍ୟୁଜ୍ ଆଙ୍କର୍ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ରିଲିଜ୍ ହେବା ପରେ ଅନେକ ପ୍ରଶଂସକ ତାଙ୍କ ସଂଳାପକୁ ଅନୁକରଣ କରିଥିଲେ।

ତେବେ ତାଙ୍କ ଫିଲ୍ମ ରିଲିଜ୍ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ଅଭିନେତା ଅନ୍ୟ ଜଣେ ଛୋଟ ଫ୍ୟାନ ଗାର୍ଲଙ୍କ ଡ଼ାଇଲଗ ଭିଡ଼ିଓ ସେୟାର କରିଛନ୍ତି। ଖାଲି ସେତିକି ନୁହେଁ ତାଙ୍କୁ ଜଣେ ପ୍ରଶଂସକ ବିବାହ ପାଇଁ କହି ୨୦ କୋଟି ଟଙ୍କା ଦେବେ ବୋଲି କହିଛନ୍ତ। ପୁଣି କାର୍ତ୍ତିକ ଅର୍ଯ୍ୟନ ସେଥିରେ ରିଆକ୍ଟ ମଧ୍ୟ କରିଛନ୍ତି। ସେ ରିପ୍ଲାଏ ଦେଇ କହିଛନ୍ତି କେବେ ବାହା ହେବା। ଏହା ଅନେକ ଫ୍ୟାନଙ୍କ ମନ ଜିତିଛି।