ଗ୍ଲେସିୟର ତରଳିବାରୁ କମ୍ ହେଲା ଗଙ୍ଗାର ଜଳ ସ୍ତର, ହୋଇପାରେ କେଦାରନାଥ ପରି ପରିସ୍ଥିତି

ପୂର୍ବରୁ କୁହାଯାଉଥିଲା ଗ୍ଲେସିୟର ତରଳିଲେ ସମୁଦ୍ର ଜଳ ସ୍ତର ବୃଦ୍ଧି ହେବ ଓ ବାତ୍ୟା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେବ। ଏମିତିକି ଅନେକ ସହର ଏହି ସମୁଦ୍ର ଜଳରେ ଲୀନ ହୋଇଯିବ। କିନ୍ତୁ ବର୍ତ୍ତମାନ ଏପରି ଏକ ଖବର ସମ୍ନାକୁ ଆସିଛି, ଯାହାକୁ ନେଇ ଚିନ୍ତିତ ପରିବେଶବିତ୍। କାରଣ ରିପୋର୍ଟରେ କୁହାଯାଇଛି ଯେ ଗ୍ଲେସିୟର ତରଳିଲେ ଜଳ ସଙ୍କଟ ବଢିବ। ଅନେକ ଲୋକ ଅସୁବିଧାର ସାମ୍ନା କରିବେ। ପୁଣି ଏହା ମଧ୍ୟ କୁହାଯାଉଛି ଯେ ଅଧିକ ପାଣି ପାଇଁ ପର୍ବତ ଉପରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ।
ବେସିନର ଗ୍ଲେସିୟର ଅଧିକ ମାତ୍ରାରେ ତରଳିବାରେ ଲାଗିଛି। ବେସିନର ଏହି ଗ୍ଲେସିଅର ଦିନକୁ ଦିନ ତରଳିବାକୁ ଲାଗିଛି। ଏହା ପଛରେ ମୁଖ୍ୟ କାରଣ ହେଉଛି ବିଶ୍ୱ ତାପମାତ୍ରା ବୃଦ୍ଧି। ବେସିନରେ ଗ୍ଲେସିୟର ସ୍ଲିପ୍ ହାର ବର୍ଷକୁ ୧୧.୭୫ ମିଟର ବୋଲି ଆକଳନ କରାଯାଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଦ୍ଵାରା ଏହାର ପର୍ଯ୍ୟବେକ୍ଷଣ ଏବଂ ସାଟେଲାଇଟ୍ ତଥ୍ୟ ଉପରେ ଆଧାର କରି ଏହି ଅଧ୍ୟୟନ କରାଯାଇଥିଲା।
ତେବେ କିଛି ଦିନ ପୂର୍ବରୁ ବୈଜ୍ଞାନିକମାନେ ଗଙ୍ଗାରେ ଜଳ ହ୍ରାସ ହେବାର ଗୁରୁତ୍ୱପୂର୍ଣ୍ଣ କାରଣ ଖୋଜି ପାଇଛନ୍ତି। IISc ଏବଂ IIT ର ବୈଜ୍ଞାନିକମାନେ କହିଛନ୍ତି ଯେ ଗଙ୍ଗାକୁ ଅଧିକ ପାଣି ଦେଉଥିବା ଅଳକାନନ୍ଦ ବେସିନରେ ଗତ ୫୦ ବର୍ଷ ମଧ୍ୟରେ ୫୯ ବର୍ଗ ମାଇଲ ଗ୍ଲେସିୟର ହ୍ରାସ ପାଇଛି। ଅର୍ଥାତ୍ ୧୯୬୮ ରୁ ୨୦୨୦ ମଧ୍ୟରେ ଗ୍ଲେସିୟରର କ୍ଷେତ୍ର ପ୍ରାୟ ୮ ପ୍ରତିଶତ ହ୍ରାସ ପାଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ କ୍ଷେତ୍ରୀୟ ସ୍ତରରେ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ।
ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଏହି ଅଧ୍ୟୟନ ଜିଓକୋର୍ଟୋ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି, ଯାହା ଅନୁଯାୟୀ ବେସିନରେ ଗ୍ଲେସିୟର ସ୍ଲିପ୍ ହାର ବର୍ଷକୁ ୧୧.୭୫ ମିଟର ବୋଲି ଆକଳନ କରାଯାଇଛି। ଏହା ସାଟେଲାଇଟରୁ ହିଁ ଜଣାଯାଇଥିଲା। ବୈଜ୍ଞାନିକଙ୍କ ଏକ ଦଳ ୧୯୬୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ସାଟେଲାଇଟ୍ ଚିତ୍ରକୁ ଭଲ ଭାବେ ଅଧ୍ୟୟନ କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ ନଦୀ ଅବବାହିକାରେ ଗ୍ଲାସିଅରର କ୍ଷେତ୍ର ହ୍ରାସ ପାଇଛି। ତଥାପି, ଗ୍ଲେସିୟର ସଂଖ୍ୟା ୯୮ ରୁ ୧୧୬ କୁ ବୃଦ୍ଧି ପାଇଛି। କାରଣ ଗ୍ଲେସିୟର ଗୁଡ଼ିକ ଗଛର ଶାଖା ପରି ଯାହା ବାହାରକୁ ଆସ।
ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, ଗ୍ଲେସିୟରର ଅନେକ ଅଂଶ ମୁଖ୍ୟ ଗ୍ଲେସିୟରଠାରୁ ଅଲଗା ହୋଇଯାଇଛନ୍ତି। ଏହାର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ତେଣୁ ଜ୍ଞାନିକମାନେ ବିଶ୍ଵାସ କରନ୍ତି ଯେ ଗ୍ଲେସିୟର ସଂଖ୍ୟା ବୃଦ୍ଧି ପାଇବ ଖୁସିର ବିଷୟ ନୁହେଁ। କାରଣ ଛୋଟ ଗ୍ଲେସିୟରଗୁଡିକ ଏପରି ଭାବରେ ତରଳି ଯାଉଛି ଯେ ସେମାନଙ୍କର ଜଳ ନଦୀ ଭିତରକୁ ଯିବ ନାହିଁ। ଯେଉଁଥିପାଇଁ ଦେଖାଯିବ ଘୋର୍ ଜଳ ସଙ୍କଟ। କାରଣ ଏହି ଛୋଟ ଗ୍ଲେସିୟରଗୁଡିକ ଶୀଘ୍ର ତରଳି ଯାଉଛି ଓ ଆଖ ପାଖରେ ଛୋଟ ହ୍ରଦ ତିଆରି କରୁଛି।
ଯାହାକି ଦିନେ ପର୍ବତ ଉପରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ। ଭବିଷ୍ୟତରେ ଯଦି ଏହି ଗ୍ଲେସିୟରଗୁଡିକ ଏହିପରି ତରଳିବାରେ ଲାଗିଥାଏ, ତେବେ ନୂତନ ସୃଷ୍ଟି ହୋଇଥିବା ହ୍ରଦରେ ଅଧିକ ଜଳ ହେତୁ ବନ୍ୟା ପରିସ୍ଥିତି ଏବଂ କେଦାରନାଥ ପରି ଅନ୍ୟାନ୍ୟ ବିପର୍ଯ୍ୟୟ ପର୍ବତ ଉପରେ ଦେଖାଯିବ। କେବଳ ଏତିକି ନୁହେଁ, ଅଳକାନନ୍ଦ ବେସିନ ଗ୍ଲେସିୟର ହ୍ରାସ ହେବା ସହିତ ନଦୀ ଜଳ ପ୍ରବାହ କମିଯାଇଛି। ଯାହାପାଇଁ ନଦୀରେ ସିଲ୍ଟ ମଧ୍ୟ ବଢ଼ିବାରେ ଲାଗୁଛି। ଏହି ସିଲ୍ଟ ହେଉଛି ଏକ ଗ୍ରାନୁଆଲ ମ୍ୟାଟେରିଆଲ, ଯାହାକି ବାଲି, ମାଟି ଓ କିଛି କ୍ରିଷ୍ଟାଲରେ ତିଆରି ପଦାର୍ଥ ଯାହାକି ପାଣିରେ ମିଶି ରହିଥାଏ। ଓ ବେଳେ ବେଳେ ଏହି ପଦାର୍ଥ ପାଇଁ ପାଣି ଶୁଖିଯାଏ।
ଅବଶ୍ୟ, ଜଳବାୟୁ ପରିବର୍ତ୍ତନ ଅପେକ୍ଷା ସିଲ୍ଟ ବୃଦ୍ଧି ହେବାର କାରଣ ହେଉଛି ମନୁଷ୍ୟକୃତ ପଦାର୍ଥ ପାଇଁ। ବୈଜ୍ଞାନିକମାନଙ୍କ ମତରେ, ୨୦୦୦ ରୁ ୨୦୨୦ ମଧ୍ୟରେ ଆଳକାନନ୍ଦ ବେସିନରେ ୩୮ ପ୍ରତିଶତ ସିଲ୍ଟ ବୃଦ୍ଧି ପାଇଛି। ଯାହାକି ଆଗକୁ ଯାଇ ଜଳ ସଙ୍କଟ କରାଇବ।