ଚର୍ମ ଜଳିଗଲେ ତୁରନ୍ତ ଲଗାନ୍ତୁ ଏହି ସବୁ ଜିନିଷ; ଫଟାଫଟ୍‌ କରି ନିଅନ୍ତୁ ନୋଟ୍‌

ଯେତେବେଳେ ଆମ ସ୍କିନ୍‌ ଜଳିଯାଏ, ତ ଠିକ୍‌ ସମୟରେ ଆମେ ଘରୋଇ ଉପାୟ ଆପଣାଇ ପାରି ନ ଥାଉ। ଅନେକ ବାର ରୋଷେଇ ଘରେ କାମ କରୁଥିବା ବେଳେ ବା ଅଜାଣତରେ ଆମ ହାତ ଜଳିଯାଏ। ଏହି ସମୟରେ ଯଦି କମ୍‌ ଆଘାତ ଲାଗିଥାଏ, ତେବେ ଘରେ ରହି ବି କିଛି ଉପଚାର କିମ୍ବା ଔଷଧ ସାହାଯ୍ୟରେ ଠିକ୍‌ କରାଯାଇ ପାରିବ। କିନ୍ତୁ ଯନ୍ତ୍ରଣା ବେଳେ ହଠାତ୍‌ ଏହା ଆମକୁ ମନେ ପଡ଼ି ନ ଥାଏ। ସେହି ଦୃଷ୍ଟିରୁ ଯଦି ଠିକ୍‌ ସମୟରେ ଚିକିତ୍ସା କରା ନ ଯାଏ, ତ ଏହା ଆମ ସ୍କିନ୍‌କୁ ସବୁଦିନ ପାଇଁ ଡ୍ୟାମେଜ କରି ଦେଇପାରେ। ତେଣୁ ଆପଣ ଏହି ସମୟରେ କିଛି ଆଣ୍ଟି ସେପ୍ଟିକ୍‌ କିମ୍ବା ଆଣ୍ଟି ବ୍ୟାକ୍ଟେରିଆଲ ଜିନିଷ ଲଗାଇ ପାରିବେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବୁ, ଯଦ୍ଦ୍ଵାରା ତୁରନ୍ତ ଆରାମ ମିଳି ପାରିବ।

-ତ୍ୱଚା ଜଳି ଯାଇଥିଲେ ତୁଳସୀ ପତ୍ର ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ଏବଂ କୌଣସି ବି ପ୍ରକାର ସଂକ୍ରମଣ ହେବ ନାହିଁ। ଆପଣ ୪-୫ଟି ତୁଳସୀ ପତ୍ର ନେଇ ଏହାର ରସ ବାହାର କରନ୍ତୁ। ଏହାପରେ ଏହାକୁ ଜଳି ଯାଇଥିବା ସ୍ଥାନରେ ଲଗାନ୍ତୁ।

-ଅଧିକ ଜଳି ଯାଇଥିଲେ ଆପଣ ନଡ଼ିଆ ତେଲ ମଧ୍ୟ ଲଗାଇ ପାରିବେ। ଏହାଦ୍ୱାରା ନା କେବଳ ଜଳାପୋଡ଼ାର ଯନ୍ତ୍ରଣା କମିବ, ବରଂ ଦାଗ ମଧ୍ୟ ରହିବ ନାହିଁ।

-ଆପଣ ଚାହିଁଲେ ମହୁକୁ ବି ଜଳି ଯାଇଥିବା ସ୍ଥାନରେ ଲଗାଇ ପାରିବେ। ଏହାଦ୍ୱାରା ଆପଣଙ୍କୁ ଜ୍ୱଳନ ହେବ ନାହିଁ, ବରଂ ତୁରନ୍ତ ଉପଶମ ମିଳି ପାରିବ।

-ଆଳୁକୁ ଏକ ଉତ୍ତମ ଘରୋଇ ଉପଚାର କୁହାଯାଇଥାଏ। କାହିଁକି ନା, ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଭରି ରହିଛି, ଯେଉଁ କାରଣରୁ ଏହା ଜ୍ୱଳନକୁ କମ୍‌ କରି ଶୀତଳତା ପ୍ରଦାନ କରିଥାଏ। ଏଥିପାଇଁ ଆପଣ ଆଳୁକୁ ପେସି ପ୍ରଭାବିତ ଜାଗାରେ ଲଗାନ୍ତୁ।