କଳା ରଙ୍ଗର ଏହି ଖାଦ୍ୟକୁ ଡାଏଟ୍‌ରେ କରନ୍ତୁ ସାମିଲ , ମିଳିବ ଅନେକ ଫାଇଦା

ନିଜକୁ ସୁସ୍ଥ ରଖିବା ପାଇଁ, ଆମେ ଆମ ଖାଦ୍ୟରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଅନ୍ତର୍ଭୁକ୍ତ କରିଥାଉ। ଯାହାଦ୍ୱାରା ଆମେ ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ପାଇଥାଉ। କିନ୍ତୁ ଆମେ ଅନେକ ଜିନିଷ ଖାଇଥାଉ ସେଥିରୁ ଆବଶ୍ୟକ ପରିମାଣରେ ପୋଷଣ ମିଳିପାରେ ନାହିଁ। ଏପରି ପରିସ୍ଥିତିରେ, ଆପଣ ନିଜ ଖାଦ୍ୟରେ କିଛି କଳା ପଦାର୍ଥ ଅନ୍ତର୍ଭୁକ୍ତ କରିପାରିବେ ଯାହା ଆପଣଙ୍କ ଖାଦ୍ୟର ସ୍ୱାଦକୁ ବଢାଇବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇପାରେ। ତେବେ କଳା ରଙ୍ଗର ଜିନିଷଗୁଡ଼ିକ ଆଣ୍ଟୋସିୟାନିନରେ ଭରପୂର।ସେଗୁଡ଼ିକରେ ଆଇରନ, ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଫୋଲେଟ୍, ପ୍ରୋଟିନ୍ ଏବଂ ଫ୍ୟାଟର ଗୁଣ ରହିଥାଏ, ଯାହା ହୃଦରୋଗର ଲକ୍ଷଣକୁ ହ୍ରାସ କରିପାରେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ସେହି କଳା ଜିନିଷଗୁଡ଼ିକ ଯାହାକୁ ଆପଣ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍।

କଳା ଚାଉଳ- ଆମେ ଘରେ ସାଧାରଣତଃ ଧଳା କିମ୍ବା ବାଦାମୀ ଚାଉଳ ଖାଇଥାଉ। ସେଗୁଡିକ ଖାଇ ଆପଣ ଅନେକ ଲାଭ ପାଆନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ ଆପଣ ଜାଣିଛନ୍ତି କି କଳା ଚାଉଳ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ପୋଷକ ତତ୍ୱ ମିଳିଥାଏ। ଏଥିରେ ଫାଇବର, ପ୍ରୋଟିନ୍, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

କଳା ମସୁର ଡାଲି- ମସୁର ଡାଲି ଆମ ଘରେ ସବୁଠାରୁ ସାଧାରଣ ଜିନିଷ। ଯାହାର ଅନେକ ଲାଭ ଅଛି କିନ୍ତୁ ଆପଣ କଳା ମସୁର ଉପକାରିତା ବିଷୟରେ ଜାଣିଛନ୍ତି କି? ଏହାର ବ୍ୟବହାର ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖେ। ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ B6 ପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ।

କଳା ଅଞ୍ଜିର – ଅଞ୍ଜିର ମିଠା ଏବଂ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ।ଶୁଖିଲା କଳା ଅଞ୍ଜିରରେ କିସମିସ୍ ଏବଂ ଖଜୁରୀ ଅପେକ୍ଷା କମ୍ ଚିନି ଥାଏ। ଏହା ଆପଣଙ୍କ ହାଡ ମଜବୁତ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

କଳା ଅଙ୍ଗୁର- କକଳା ଅଙ୍ଗୁର ସ୍ୱାଦରେ ମିଠା ହୋଇଥାଏ ଏବଂ ଏଥିରେ ଲ୍ୟୁଟିନ୍ ରହିଥାଏ। ଏଥିରେ କ୍ୟାନ୍ସର ବିରୋଧୀ ଗୁଣ ରହିଥାଏ ଏବଂ ଖରାପ କୋଲେଷ୍ଟ୍ରଲ୍ ର ସ୍ତରକୁ ହ୍ରାସ କରି ଆପଣଙ୍କୁ ହୃଦଘାତରୁ ରକ୍ଷା କରିଥାଏ ।