Below header

ମାଡି ଆସୁଛି ତାତି: ମାର୍ଚ୍ଚରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା, ଆଗକୁ ଆହୁରି ବଢ଼ିବ

କେନ୍ୟୁଜ୍(ବ୍ୟୁରୋ): ମାର୍ଚ୍ଚ ନସୁରୁଣି ବଢିଳାଣି ତାତି। ରାତିରେ ହାଲୁକା ଥଣ୍ଡା ରହୁଥିବା ବେଳେ ସକାଳୁ କୁହୁଡି ବି ରହୁଛି। କିନ୍ତୁ ୯ଟା ପରେ ଆରମ୍ଭ ହୋଇଯାଉଛି ଗରମ। ସେତେ ଲାଗୁଛି ଯେମିତି ଗ୍ରୀଷ୍ମଋତୁ ପ୍ରକୋପ ଏବେଠାରୁ ଦେଖାଦେଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ତାତି । ମାର୍ଚ୍ଚରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହୁଛି। ଆଗକୁ ଏହି ତାପମାତ୍ରା ଆହୁରି ବଢ଼ିପାରେ । ଗତ ୨୪ ଘଣ୍ଟା ଭିତରେ ୫ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୬. ୧ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି ।

ସେହିପରି ଝାରସୁଗୁଡ଼ା, ତାଳଚେର ଓ ବଲାଙ୍ଗୀରରେ ୩୬ ଡିଗ୍ରୀ ସେଲସିୟସ ଓ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.