Below header

ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ଅଛି ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ଅଛି ଦର। ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି । କାଲି ଅପେକ୍ଷା ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପିଛା ଦର କମିଛି। ଆଜି ୧୦ ଗ୍ରାମ ପ୍ରତି ଦର ଅଛି ୫୯.୬୫୦ ଓ  ୨୨ କ୍ୟାରେଟ୍ ସୁନା ଦାମ ୫୪.୬୪୦ ହଜାର ଟଙ୍କାରେ ପହଁଚିଛି ।  

କେନ୍ୟୁଜ୍(ବ୍ୟୁରୋ): ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ଅଛି ଦର। ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି । କାଲି ଅପେକ୍ଷା ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପିଛା ଦର କମିଛି। ଆଜି ୧୦ ଗ୍ରାମ ପ୍ରତି ଦର ଅଛି ୫୯.୬୫୦ ଓ  ୨୨ କ୍ୟାରେଟ୍ ସୁନା ଦାମ ୫୪.୬୪୦ ହଜାର ଟଙ୍କାରେ ପହଁଚିଛି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୦୦୦ ଟଙ୍କା ଓ ୬୦,୦୦୦ ଟଙ୍କା ହୋଇଛି।ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୦୦୦ ଟଙ୍କା ଓ ୬୦ ,୦୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୫୦ ଟଙ୍କା ଓ ୬୦,୧୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୦୦୦ ଟଙ୍କା ଓ ୬୦ ,୦୦୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୭୩ ,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.