ଆଜି ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ, ବିଜୟ ଧାରାକୁ ବଜାୟ ରଖି ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ

ପଏଣ୍ଟ ଟେବୁଲର ଶୀର୍ଷରେ ରହି ଦିଲ୍ଲୀ ପ୍ରଥମରୁ ଫାଇନାଲକୁ ଆସି ସାରିଥିବା ବେଳେ ୟୁପି ଓ୍ଵାରିୟର୍ସକୁ ଏଲିମିନେଟ କରି ମୁମ୍ବାଇ ଶେଷ ପାହାଚରେ ପାଦ ଥାପିଛି ।

ଭୁବନେଶ୍ବର(କେନ୍ୟୁଜ୍): ଆଜି ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ । ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ହେବ ଫାଇନାଲ । ପଏଣ୍ଟ ଟେବୁଲର ଶୀର୍ଷରେ ରହି ଦିଲ୍ଲୀ ପ୍ରଥମରୁ ଫାଇନାଲକୁ ଆସି ସାରିଥିବା ବେଳେ ୟୁପି ଓ୍ଵାରିୟର୍ସକୁ ଏଲିମିନେଟ କରି ମୁମ୍ବାଇ ଶେଷ ପାହାଚରେ ପାଦ ଥାପିଛି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟିକା ହରମନପ୍ରୀତ କୌରଙ୍କ ପ୍ରଦର୍ଶନ ଏବେ ବି ଚିନ୍ତାଜନକ ରହିଛି ।

ଆରମ୍ଭରୁ ତିନିଟି ଅର୍ଦ୍ଧଶତକ ଜମାଇଥିବା ହରମନପ୍ରୀତଙ୍କ ବ୍ୟାଟ ଗତ ୪ ମ୍ୟାଚରେ ଶାନ୍ତ ପଡ଼ିଯାଇଛି । ଏଲିମିନେଟର ମ୍ୟାଚରେ ନାଟ୍‌ ବ୍ରଣ୍ଟଙ୍କ ବିସ୍ଫୋରକ ୭୨ ରନ ଦଳକୁ ଫାଇନାଲରେ ପହଞ୍ଚାଇବାରେ ସହାୟତା କରିଥିଲା । ଦିଲ୍ଲୀ କ୍ୟାପିଟାଲସ୍‌ ପ୍ରଥମରୁ ଉତଥାନ ପତନ ଦେଇ ଗତି କରିଥିଲା । ଶେଷ ଭାଗ ବେଳକୁ ବିଜୟ ଧାରାକୁ ବଜାୟ ରଖି ଫାଇନାଲରେ ପ୍ରବେଶ କରିଥିଲା ଦିଲ୍ଲୀ । ଆଜି ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଅଛନ୍ତି ଦର୍ଶକ ।