Below header

କାର Vibration ହେଉଥିଲେ ଧ୍ୟାନ ରଖନ୍ତୁ ଏହି ୫ଟି ଜିନିଷ, ନଚେତ୍‌ ପଡ଼ିଯିବେ ବଡ଼ ସମସ୍ୟାରେ

କାର ଚଲାଇବା ସମୟରେ ପ୍ରାୟତଃ ସମସ୍ତେ କାର ପ୍ରତି ଧ୍ୟାନ ରଖିଥାନ୍ତି। ଏହାପରେ ବି ସମୟ ସମୟରେ କାର ଚଲାଇବା ବେଳେ ଏକ ପ୍ରକାରର ଭାଇବ୍ରେସନ ହୋଇଥାଏ । ଏହାକୁ ଅନେକ ଅଣଦେଖା କରିଦିଅନ୍ତି। କିନ୍ତୁ ଏହି ଭାଇବ୍ରେସନ କାଳ ହୋଇପାରେ। ଏହାକୁ ଧ୍ୟାନ ନଦେଲେ ହଜାର ହଜାର ଟଙ୍କାର କ୍ଷତି ହୋଇପାରେ। ଆମେ ଆଜି କହିବୁ କାରରେ ଭାଇବ୍ରେସନ ହେବାର ୫ଟି ମୁଖ୍ୟ କାରଣ।

କାରରେ ଅଧିକ ଭାଇବ୍ରେସନ ହେବାର ମୁଖ୍ୟ କାରଣ ହେଉଛି ଟାୟାର ସମସ୍ୟାର.. ସେମିିତିରେ ତ କାରରେ ଗୋଟିଏ ପ୍ରକାରର କାର ର ବ୍ୟବହାର ହୋଇଥାଏ। କିନ୍ତୁ ଅନେକ ଥର ଷ୍ଟେପନି ଟାଓ୍ଵାର ସାଇଜ ଅନ୍ୟ ଟାୟାର ତୁଳନାରେ ଛୋଟ ଥାଏ। ଏହା କେବଳ କିଛି କିଲୋମିଟର ପର୍ଯ୍ୟନ୍ତ ଠିକ ଥାଏ। କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ଏହା ଚାଲିଲେ ଭାଇବ୍ରେଟ ହୋଇଥାଏ। ଏହାବ୍ୟତିତ ଯଦି କାରର ଆଲାଓମେଣ୍ଟ ଆଉଟ ହୁଏତ ତେବେ ବି ଭାଇବ୍ରେସନ ହୋଇଥାଏ।

ଟାୟାର ସହିତ ରିମର ଭାଇବ୍ରେସନ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ଯଦି କାର ରିମ ଖରାପ ହୋଇଯାଏ। ତେବେ ଭାଇବ୍ରେସନ ହୋଇଥାଏ। ସବୁବେଳେ ଖରାପ ରାସ୍ତାରେ ଯିବା ଆସିବା କଲେ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏମିତିରେ ରିମ ଅନେକ ସ୍ଥାନରେ ବେଣ୍ଡ ହୋଇଯାଏ। ଯାହାପରେ କାରରେ ଭାଇବ୍ରେସନ ହୋଇଥାଏ।

କାରର ବ୍ରେକ ମଧ୍ୟ ଏହି ସମସ୍ୟା ସୃଷ୍ଟି କରିଥାଏ। ଯଦି କାରରେ କେବଳ ବ୍ରେକ ଲଗାଇବା ସମୟରେ ଭାଇବ୍ରେସନ ହୋଇଥାଏ ତେବେ ଭଲ ମେକାନିକଙ୍କଠୁ ଏହାକୁ ସଜାଡ଼ି ଦିଅନ୍ତୁ। ଅଧିକ ମାତ୍ରାରେ ବ୍ରେକ କୁ ବ୍ୟବହାର କଲେ ରୋଟର ଘଷି ହୋଇ ଭାଇବ୍ରେସନ ହୋଇଥାଏ। ଏହା ଗରମ ହେବା ପରେ ଆକାରରେ ପରିବର୍ତ୍ତନ ହୋଇଥାଏ। ଡିସ୍କ ବ୍ରେକ କାରଣୁ ଏହା ହୋଇଥାଏ। ତେଣୁ ଯେତେବେଳେ ବି ବ୍ରେକ ମାରୁଥିବେ ସେତେବେଳେ ଭାଇବ୍ରେଟ ହେବ।

କାରର ଏକ୍ସେଲ ଏହାର ଅନ୍ୟ ଏକ କାରଣ। ଖରାପ ଏକ୍ସେଲ ଭାଇବ୍ରେସନ ର ମୁଖ୍ୟ କାରଣ ହୋଇଥାଏ। ଏହାର କାମ ଦୁଇଟି ଚକାକୁ ଏକାସହିତ ଯୋଡ଼ି ରଖିବା। ଲମ୍ବା ସମୟ ପର୍ଯ୍ୟନ୍ତ ଏହାକୁ ଚଲାଇଲେ ଏହା ଖରାପ ହୋଇଯାଇଥାଏ। ତେଣୁ ଭାଇବ୍ରେସନ ହୋଇଥାଏ ।

ଇଞ୍ଜିନ ଓ ମାଉଣ୍ଟିଂ ପାଇଁ ମଧ୍ୟ ହୋଇଥାଏ ଭାଇବ୍ରେସନ। ତେଣୁ ଏହାକୁ ସବୁବେଳେ ଚେକ କରୁଥାନ୍ତୁ। ଯଦି ଭାଇ୍େରବସନ ଅଧିକ ହୁଏ ତେବେ ସମସ୍ୟା ଆସିପାରେ। ଏମିତିରେ ସ୍ପାର୍କପ୍ଲଗ ଓ ଏୟାର ଫିଲଟର ୁ ଚେକ କରନ୍ତୁ। ମାଉଣ୍ଟିଂ ଇଞ୍ଜିନର ଭାର ସହିଥାଏ । ଏହା ଖରାପ ହେଲେ ଭାଇବ୍ରେସନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.