ଛାନିଆ ବଡ଼ବଡ଼ିଆ ! ଅର୍ଚ୍ଚନା ନାଗ୍‌ ମାମଲାରେ ନୋଟିସ କରିବ ଇଡି

କେନ୍ୟୁଜ୍(ବ୍ୟୁରୋ):  ଅର୍ଚ୍ଚନା ନାଗ୍‌ ମାମଲାରେ ବଡ଼ବଡ଼ିଆଙ୍କୁ ନୋଟିସ କରିବ ଇଡି। ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ କରିଥିବା ବ୍ୟକ୍ତିଙ୍କୁ ନୋଟିସ କରିବ ଇଡି । ଇଡି ପାଖରେ ସେହି ବ୍ୟକ୍ତିଙ୍କ ପୂରା ତଥ୍ୟ । ଏଥିରେ ନେତା ବିଲଡର, ବ୍ୟବସାୟୀ, ହୋଟେଲ ମାଲିକ ଥିବା ସୂଚନା ମିଳିଛି । ଖୁବଶୀଘ୍ର ସେମାନଙ୍କୁ ପଚରାଉଚରା କରିବ ଇଡି । ଇଡିର ଜେରା ବେଳେ ଅନେକ ତଥ୍ୟ ହାସଲ କରିଥିବା ଜଣାପଡିଛି ।

ଅର୍ଚ୍ଚନାଙ୍କ ବେଆଇନ ସମ୍ପତ୍ତି ଠାବ କରିଛି । ଏହାସହ କେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ? କେଉଁମାନେ ଟଙ୍କା କାରବାର କରିଛନ୍ତି ? କେତେ ଟଙ୍କା ଅର୍ଚ୍ଚନାଙ୍କୁ ଦେଇଛନ୍ତି ? ଏତେ ଟଙ୍କା ଦେବାର କାରଣ କ’ଣ? ନଗଦ ନା ବ୍ୟାଙ୍କ ଜରିଆରେ କାରବାର କରିଥିଲେ ? ଏସବୁର ଉତ୍ତର ଜାଣିବାକୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ପଚରାଉଚରା କରିବ । ସେମାନଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯିବ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.