Below header

କ୍ରେଡିଟ କାର୍ଡରୁ ମଧ୍ୟ କରିପାରିବେ LIC ପେମେଣ୍ଟ, ଲାଗିବନି କୌଣସି ଏକ୍ସଟ୍ରା ଚାର୍ଜ

ଡିଜିଟାଲ ପେମେଣ୍ଟ ଏବଂ ଡିଜଟାଲ ଟ୍ରାଞ୍ଜାକ୍ସନକୁ ପ୍ରମୋଟ କରିବା ପାଇଁ ଜୀବନ ବୀମା ନିଗମ(ଏଲଆଇସି) ଏକ ନୂଆ ସୁବିଧା ଆଣିଛି। ଏବେ ଆପଣ ଅନଲାଇନ କ୍ରେଡିଟ୍‌ କାର୍ଡ ଜରିଆରେLIC ପେମେଣ୍ଟ କରିପାରିବେ। ଆଉ ଏଥିପାଇଁ ଆପଣଙ୍କୁ କୌଣସି ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବନି। ପୂର୍ବରୁ କ୍ରେଡିଟ କାର୍ଡରେ ପେମେଣ୍ଟ କରିବା ଦ୍ୱାରା ଅତିରିକ୍ତ ଚାର୍ଜ ଲାଗୁଥିଲା।

ଏଲଆଇସି ମୁତାବକ, କ୍ରେଡିଟ କାର୍ଡ ଜରିଆରେ ପ୍ରିମିଅମ ରେନ୍ୟୁ କରିବା, ନୂଆ ପଲିସି ନେବା, ଲୋନ୍‌ ନେବା କିମ୍ବା ପଲିସି ଉପରେ ଲାଗୁଥିବା ସୁଧ ଉପରେ ଆଉ ଏକ୍ସଟ୍ରା ଚାର୍ଜ ଲାଗୁନାହିଁ। ସୂଚନାମୁତାବକ, ଜୀବନ ବୀମା ନିଗମର ଅଂଶଦାନ ଲାଇଫ ଇନସ୍ୟୁରାନ୍ସ ମାର୍କେଟରେ ପାଖାପାଖି ୭୦ ପ୍ରତିଶତ ରହିଛି। ଗ୍ରାହକଙ୍କୁ ସୁବିଧା ଦେବା ପାଇଁ ଏଲଆଇସି MyLIC ଆପ୍‌ ପ୍ରସ୍ତୁତ କରିଛି। ଯାହା ଜରିଆରେ ମୋବାଇଲରେ କ୍ଲିକ କରି ପେମେଣ୍ଟ କରିପାରିବେ।

credit card

ଅର୍ଥାତ୍‌ ଏବେ ଏଲ୍‌ଆଇସି ପେମେଣ୍ଟ କରିବା ପାଇଁ ଆପଣଙ୍କୁ ଏଲଆଇସି ଅଫିସ କିମ୍ବା ସମୟ କିଛି ବି ନଷ୍ଟ କରିବାକୁ ପଡିନ ନାହିଁ। ଅନ୍ୟ କୌଣସି ଅସୁବିଧାର ମଧ୍ୟ ସମ୍ମୁଖୀନ ହେବେ ନାହିଁ। ଯଦି ଆପଣଙ୍କ ପାଖରେ ପଇସା ନାହିଁ କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ପଇସା ନାହିଁ ତେବେ ଆପଣ କ୍ରେଡିଟ କାର୍ଡ ଜରିଆରେ ପେମେଣ୍ଟ କରିପାରିବେ। ଏଥିପାଇଁ କୌଣସି ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବ ନାହିଁ। ଏଲଆଇସିର ଏହି ସୁବିଧା ଗ୍ରାହକଙ୍କୁ ବେଶ୍‌ ଫାଇଦା ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.