Below header

୩୦୦୦ଟଙ୍କାରେ ଜିଓ ଆଣିଛି 5G ସ୍ମାର୍ଟଫୋନ, ମିଳିବ ଏହିସବୁ ଅତ୍ୟାଧୁନିକ ଫିଚର୍ସ

ଆଜିକାଲିର ସ୍ମାର୍ଟଫୋନ ଦୁନିଆରେ 4G ସ୍ମାର୍ଟଫୋନବଜାରରେ ଅତିକମରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ମିଳିଯାଉଛି। କିନ୍ତୁ ବର୍ତ୍ତମାନ ରିଲାଇନ୍‌ସ ଜିଓ 5G ସ୍ମାର୍ଟଫୋନକୁ ୫୦୦୦ ଟଙ୍କାରୁ ବି କମ୍‌ ମୂଲ୍ୟରେ ଲଞ୍ଚ କରିବାକୁ ଯୋଜନା କରିଛି। 5G ସ୍ମାର୍ଟଫୋନକୁ ବଜାରରେ ପ୍ରଥମେ ୫୦୦୦ଟଙ୍କା ମୂଲ୍ୟରେ ଉପଲବ୍ଧ କରିବ ଏବଂ ପରେ ବିକ୍ରି ଅଧିକ ହେଲେ ଏହାର ମୂଲ୍ୟକୁ କମ୍‌ କରି ୨୫୦୦-୩୦୦୦ ଟଙ୍କା ପର୍ଯ୍ୟନ୍ତ କରାଯିବ ବୋଲି ରିଲାଏନ୍‌ସ ଜିଓର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରଥମେ କମ୍ପାନୀ 2G କନେକ୍ସନର ବ୍ୟବହାର କରୁଥିବା ୨୦-୩୦ କୋଟି ଉପଭକ୍ତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରୟାସ କରୁଛି। ବର୍ତ୍ତମାନ ଭାରତରେ 5G ସ୍ମାର୍ଟଫୋନର ମୂଲ୍ୟ ୨୭୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ରିଲାଇନ୍‌ସ ଜିଓ ଗ୍ରାହକଙ୍କ ପାଇଁ ଏହିଭଳି ଖାସ୍‌ ସୁଯୋଗ ଆଣିଛି। ଏହା ପୂର୍ବରୁ ମଧ୍ୟ ଜିଓ କମ୍ପାନୀ ଗ୍ରାହକଙ୍କୁ ମାଗଣାରେ 4G ସ୍ମାଟଫୋନ ଯୋଗାଇଦେଇଥିଲା। ୧୫୦୦ ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରିଥିବା ଏହି 4G ଫୋନକୁ ଗ୍ରାହକ କିଣିବା ପରେ ତାଙ୍କୁ ସେହି ଟଙ୍କା ଫେରସ୍ତ ମଧ୍ୟ ମିଳିପାରୁଛି। ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କମ୍ପାନୀର ୪୩ ତମ ବାର୍ଷିକ ଉତ୍ସବର ଏକ ସାଧାରଣ ସମାରୋହରେ ଭାରତକୁ 2G ମୁକ୍ତ କରିବା କଥା ଘୋଷଣା କରିଥିଲେ। ଏହା ସହିତ ଏକ ଶସ୍ତା 5G ସ୍ମାର୍ଟଫୋନକୁ ଗ୍ରାହକଙ୍କ ନିକଟକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି।

jio2

ଅନ୍ୟପକ୍ଷରେ କମ୍ପାନୀ 5G ନେଟଓ୍ଵାର୍କ ଉପକରଣରେ କାମ ଚଲାଇଛି ଓ ଏନେଇ ଦୂର ସଞ୍ଚାର ବିଭାଗକୁ ଏହାର ଉତ୍ପାଦନର ପରୀକ୍ଷଣ ପାଇଁ ସ୍ପେକ୍ଟ୍ରମ ଆବଣ୍ଟନ କରିବା ପାଇଁ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ରିଲାଏନ୍ସର ଏହି ଅନୁରୋଧକୁ ସ୍ୱୀକାର କରି ନାହାନ୍ତି। ଭାରତରେ ବର୍ତ୍ତମାନ 5G ସେବା ଉପଲବ୍ଧ ନାହିଁ ଏବଂ ସରକାର 5G ଟେକନିକର ପରୀକ୍ଷଣ ପାଇଁ ଦୂରସଞ୍ଚାର ପରିଚାଳକଙ୍କୁ ସ୍ପେକ୍ଟ୍ରମ ଆବଣ୍ଟନ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.