Below header

ଖାସ୍‌ ଅନ୍ଦାଜ୍‌ ରେ ସନି ଦେଓଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଯୁବରାଜ, ମନେପକାଇଲେ ଅଭିନେତାଙ୍କ ଲୋକପ୍ରିୟ ଡାଇଲଗ୍‌

ବଲିଉଡର ଦିଗଜ୍ଜ ଅଭିନେତା ଏବଂ ଭାଜପା ସାଂସଦ ସନି ଦେଓଲ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନର ଏହି ଶୁଭ ଅବସରରେ ସନି ଦେଓଲଙ୍କ ଫ୍ୟାନ୍ସ, ବଲିଉଡର ଅନେକ ଷ୍ଟାରମାନଙ୍କ ସହ ଅନେକ ବଡ ବଡ କଳାକାରମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଲୋକପ୍ରିୟ ଭାରତୀୟ କ୍ରିକେଟର ଯୁବରାଜ ସିଂହ ମଧ୍ୟ ସନି ଦେଓଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଯୁବରାଜ ସିଂହ ସୋସିଆଲ ମିହିଆରେ ମଜାଦାର୍‌ ଅନ୍ଦାଜ୍‌ ରେ ଶୁଭେଚ୍ଛା ଜଣାଇଛନ୍ତି। ଯୁବରାଜ ସିଂହ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଖେଳାଳୀମାନଙ୍କ ମଧ୍ୟରୁ ଏକ। ସେ ନିଜର ଫ୍ୟାନ୍ସମାନଙ୍କ ପାଇଁ ନିଜର ଖାସ୍‌ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ଯୁବରାଜ ସିଂହ ମଧ୍ୟ ଟ୍ଵିଟରରେ ସନି ଦେଓଲଙ୍କ ଫିଲ୍ମ ସିଂହ ସାବ ଦ ଗ୍ରେଟ ସହ ଜଡିତ ଏକ ପୋଷ୍ଟର ସେୟାର କରିଛନ୍ତି। ଏଥିସହ ତାଙ୍କର ଏକ ଲୋକପ୍ରିୟ ଡାଇଲଗ୍‌ ମଧ୍ୟ ମନେପକାଇଛନ୍ତି।

yubrajଯୁବରାଜ ସିଂହ ନିଜର ଟ୍ଵିଟରେ ଲେଖିଛନ୍ତି, ‘ଜନ୍ମଦିନ ମୁବାରକ ହୋ ସନି ଦେଓଲ ପାଜି!’ ଆଶା ଅଛି କି ଆପଣ ଠିକ୍‌-ଠାକ୍‌ ଏବଂ ସୁରକ୍ଷିତ ଥିବେ। ପିଲାବେଳୁ ହିଁ ମୁଁ ଆପଣଙ୍କ ଫିଲ୍ମ ପସନ୍ଦ କରିଆସୁଛି। ମୁଁ କାମନା କରୁଛି ଆପଣ ସର୍ବଦା ଏଭଳି ସଫଳତା ହାସିଲ କରନ୍ତୁ। ଏଥିସହ ଯୁବରାଜ ଲେଖିଛନ୍ତି ଆପଣଙ୍କର ଅଢେଇ କିଲୋର ହାତ ଏବେ ୨୦୨୦ ରେ ମାରି ଦିଅନ୍ତୁ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବରାଜଙ୍କ ଏହି ଟ୍ଵିଟ ଉପରେ ସନି ଦେଓଲ ଏବଂ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରତିକ୍ରିୟା ଦେବା ସହ କହିଛନ୍ତି, ‘ଅଭିନନ୍ଦନ ଯୁବରାଜ, ମତେ ଲାଗୁଛି ଅଢେଇ କିଲୋର ହାତରୁ ଅଧିକ ଶକ୍ତିଶାଳୀ ମାସ୍କ’।

ସୂଚନା ଯୋଗ୍ୟ ସନି ଦେଓଲ ୧୯୮୩ ମସିହାରେ ଫିଲ୍ମ ବେତାବ ରୁ ହିଁ ବଲିଉଡରେ ପାଦ ରଖିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅମୃତା ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ବେତାବ ପରେ ସନି ଦେଓଲ ବଲିଉଡର ଅନେକ ପ୍ରସିଦ୍ଧ ଫିଲ୍ମରେ ଅଭିନୟ କରିବା ସହ ନିଜର ଖାସ୍‌ ଛାପ ଛାଡିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.