Below header

୫ ବର୍ଷରେ ୧୫ ଲକ୍ଷ ପାଇବାର ସହଜ ଉପାୟ, ଏହି ମାସରୁ ଆରମ୍ଭ କରନ୍ତୁ ପ୍ଲାନିଂ

କଣ ଆପଣ ୫ ବର୍ଷ ପରେ ଆପଣଙ୍କ ପିଲାକୁ ଉଚ୍ଚଶିକ୍ଷା ଦେବା ପାଇଁ ପ୍ଲାନ୍ କରୁଛନ୍ତି ? କିମ୍ବା ୫ ବର୍ଷ ପରେ କାର୍ କିଣିବାକୁ ଚାହୁଁଛନ୍ତି ? ହେଲେ ଏସବୁ ପାଇଁ ପକେଟରେ ଟଙ୍କା ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଏହି ବଡ଼ ଫଣ୍ଡ ତିଆରି କରିବା କଷ୍ଟ ନୁହେଁ । ଯଦି ଆପଣ ଫାଇନାନ୍ସିଆଲ୍ ପ୍ଲାନିଂ ଠିକ୍ ଉପାୟରେ କରି ଅଳ୍ପ ଅଳ୍ପ ଟଙ୍କା ପ୍ରତିମାସରେ ସଂଚୟ କରୁଛନ୍ତି ତେବେ ଏଭଳି ଆବଶ୍ୟକତାକୁ ପୁରା କରିପାରିବେ । ଏଥିପାଇଁ କ୍ୟାପିଟାଲ୍ ମାର୍କେଟରେ ଅନେକ ପ୍ରକାର ବିକଳ୍ପ ଅଛି । ଯେଉଁଥିରେ ଏକ ଭଲ ବିକଳ୍ପ ହେଉଛି SIP ଜରିଆରେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବା ।

କେମିତି ହେବ ୫ ବର୍ଷରେ ୧୫ ଲକ୍ଷ ଟଙ୍କା :

ଏଥିପାଇଁ ଏକ ଭଲ ଇକ୍ୟୁଟି ଫଣ୍ଡରେ ପ୍ରତିମାସରେ ୧୫ ହଜାର ଟଙ୍କା ନିବେଶ କରିବାକୁ ପଡିବ ବୋଲି ବିଶେଷଜ୍ଞ ମତ ଦିଅନ୍ତି । ଯଦି ପ୍ରତିଦିନର ଖର୍ଚ୍ଚରୁ ୫୦୦ ଟଙ୍କା ନିବେଶ ପାଇଁ ସଂଚୟ କରନ୍ତି ତେବେ ଏହା ସହଜ ହୋଇଯିବ । ଆଉ ଏହି ନିବେଶ ୫ ବର୍ଷ ପର‌୍ୟ୍ୟନ୍ତ କରିବାକୁ ପଡିବ । ଏଠି ପ୍ରତି ବାର୍ଷିକ ୨୦ ପ୍ରତିଶତ ନିବେଶର ଅନୁମାନ ଲଗାନ୍ତି ତେବେ ୫ ବର୍ଷରେ ଏହି ନିବେଶ ବଢି ପ୍ରାୟ ୧୬ ଲକ୍ଷ ହୋଇଯିବ । ଯଦି ହିସାବ କରନ୍ତି ତେବେ ୫ ବର୍ଷରେ ଆପଣ ୯ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ଯାହା ବଢି ହୋଇଯାଉଛି ୧୬ ଲକ୍ଷ । ଅର୍ଥାତ୍ ଆପଣଙ୍କ ୭ ଲକ୍ଷ ଅତିରିକ୍ତ ଆୟ କରୁଛନ୍ତି ।

କଣ ଏଥିରେ ଟଙ୍କା ନିବେଶ କରିବା ସୁରକ୍ଷତି ?

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କଣ ଏଥିରେ ଟଙ୍କା ନିବେଶ କରିବା ସୁରକ୍ଷିତ ? ତେବେ ଏହାର ଉତ୍ତର ହେଉଛି ହଁ । ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ନିବେଶ କରିବା ସବୁଠାରୁ ଭଲ ବିକଳ୍ପ । ପ୍ରତିମାସରେ ଅଳ୍ପ ଅଳ୍ପ କରି ବଡ଼ ଫଣ୍ଡ ଯୋଗାଡ କରିପାରିବେ । ଏଥିରେ ରିସ୍କ କମ୍ ଥାଏ । ଯଦି ଆପଣ ପୁରା ଟଙ୍କା କୌଣସି ଗୋଟିଏ କମ୍ପାନୀରେ ନିବେଶ କରିଦେଉଛନ୍ତି ଆଉ କୌଣସି କାରଣରୁ ଏହି କମ୍ପାନୀ ବନ୍ଦ ହୋଇଯାଉଛି ତେବେ ଆପଣଙ୍କ ସମସ୍ତ ଟଙ୍କା ବୁଡିଯିବ । ଆଉ ମ୍ୟୁଚୁଆଲ୍ ଫଣ୍ଡର ସବୁଠାରୁ ବଡ଼ ଲାଭ ହେଉଛି ଆପଣଙ୍କ ଟଙ୍କା ଅଲଗା କମ୍ପାନୀରେ ଲଗାଯାଇଥାଏ । ଏହାର ଲାଭ ହେଉଛି ଯଦି କୌଣସି ଗୋଟିଏ କମ୍ପାନୀରେ ଲାଗିଥିବା ଟଙ୍କା ବୁଡିଯାଏ ଅନ୍ୟ ସ୍ଥାନରୁ ହୋଇଥିବା ଲାଭ ତାକୁ କଭର କରିଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.