ସେୟାର ବଜାରରେ ମାନ୍ଦା ଅବସ୍ଥା, ନିବେଶକଙ୍କର କ୍ଷତି ହୋଇଛି ପ୍ରାୟ ସାଢ଼େ ୮ ଲକ୍ଷ କୋଟି

 ମୁମ୍ବାଇ : ଗତ କିଛି ଦିନ ହେଲା ସେୟାର ବଜାରରେ ମାନ୍ଦା ଅବସ୍ଥା ଦେଖା ଦେଇଛି । ଆଜି ସେନସେକ୍ସ ୧୧୦ ପଏଣ୍ଟ ଓ ନିଫଟି ୫୧ ପଏଣ୍ଟ କମିଛି । ଆଜି କାରବାର ବନ୍ଦ ହେବା ବେଳକୁ ସେନସେକ୍ସ ୩୬,୭୩୦ ପଏଣ୍ଟ ଓ ନିଫଟି ୧୧,୦୯୨ ପଏଣ୍ଟରେ ପହଞ୍ଚିଥିଲା ।  ଗତ ପାଞ୍ଚ ଦିନ ଭିତରେ ସେନସେକ୍ସ ୧୭୦୦ ପଏଣ୍ଟ କମିଛି । ଫଳରେ ନିବେଶକଙ୍କର କ୍ଷତି ହୋଇଛି ପ୍ରାୟ ସାଢ଼େ ୮ ଲକ୍ଷ କୋଟି ଟଙ୍କା । ସେପଟେ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହୋଇ ୨୮ ପଇସା କମିଛି । ୧ ଡଲାର ଦାମ ଆଜି ୭୨ ଟଙ୍କା ୪୮ ପଇସା ରହିଛି ।

ଆମେରିକା-ଚୀନ୍ ବାଣିଜ୍ୟିକ ବିବାଦ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି, ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିବା ୟୁଏସ୍ ଫେଡେରାଲ ସୁଧହାର ନିଷ୍ପତ୍ତି ଏହି ମାନ୍ଦା ଅବସ୍ଥାର ମିଳିତ କାରଣ । ଆଗକୁ ମଧ୍ୟ ଏହା ସେୟାର ବଜାରକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.